ଓଡିଶା

odisha

ETV Bharat / state

ଶେଷ ଦିନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ

ଶେଷ ଦିନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଚାଲିଥିବା ଓକିଲ ଆନ୍ଦୋଳନ । ସୋମବାର ଓକିଲ ସଂଙ୍ଘ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଥିଲା । ଅଧିକ ପଢନ୍ତୁ...

By

Published : Sep 30, 2019, 8:40 PM IST

ଶେଷ ଦିନେର ହାଇକୋର୍ଟବେଞ୍ଚ ଆନ୍ଦୋଳନ

ବ୍ରହ୍ମପୁର: ଆଜି (ସୋମବାର) ଥିଲା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଚାଲିଥିବା ଓକିଲଙ୍କ ଆନ୍ଦୋଳନର ଶେଷ ତଥା ତୃତୀୟ ଦିନ । ଯାହାକୁ ନେଇ ସୋମବାର ମଧ୍ୟ ସମ୍ବଲପୁରର ସମସ୍ତ ସରକାରୀ ଅଫିସ୍, କୋର୍ଟ କଚେରୀ, ବ୍ୟାଙ୍କ, ଅର୍ଥ ଲଗାଣକାରୀ ସଂସ୍ଥା ବନ୍ଦ ରହିଥିଲା ।

ଶେଷ ଦିନେର ହାଇକୋର୍ଟବେଞ୍ଚ ଆନ୍ଦୋଳନ

ଏହାସହ ସମ୍ବଲପୁରର ସମସ୍ତ ପ୍ରମୁଖ ଅଫିସ୍ ସମ୍ମୁଖରେ ଓକିଲ ସଂଘର ସଦସ୍ୟ ପିକେଟିଂ କରିଥିଲେ । ସମ୍ବଲପୁର କ୍ଷେତରାଜପୁର ସ୍ଥିତ ଡିଆରଏମ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘର ସଭାପତି ଓ ବିଭିନ୍ନ ସଙ୍ଗଠନ ସଦସ୍ୟ ପିକେଟିଂ କରିଥିଲେ । ଫଳରେ ଡିଆରଏମ ଅଫିସର 100ରୁ ଊର୍ଦ୍ଦ୍ବ କର୍ମଚାରୀ ଅଫିସ ବାହାରେ ରହି ଯାଇଥିଲେ । ଯେଉଁ କାରଣରୁ ରେଳବାଇର କାର୍ଯ୍ୟ ପ୍ରଭାବିତ ହୋଇଥିଲା ।

ତେବେ ଏହାକୁ ନେଇ ରାଜ୍ୟ ସରକାର ଗମ୍ଭୀର ନହେଲେ ଆଗକୁ ଆନ୍ଦୋଳନ ଉଗ୍ର ରୂପ ନେବ ବୋଲି ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘର ସଭାପତି କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details