ସମ୍ବଲପୁର: ଦଲାଲଙ୍କ କବଜାରେ ସମ୍ବଲପୁରର ନିର୍ମାଣ ଶ୍ରମିକ କାର୍ଯ୍ୟାଳୟ । ଲେବର କାର୍ଡ ପାଇଁ ଏଠାରେ 100 ଟଙ୍କା ବଦଳରେ ଦେବାକୁ ପଡୁଛି 700 ଟଙ୍କା । ଲେବର କାର୍ଡ ମିଳୁଛି ହେଲେ ସାଇକେଲ, ଘର ନିର୍ମାଣ ପାଇଁ ଖର୍ଚ୍ଚ, ସନ୍ତାନ ବିବାହ ପାଇଁ ମିଳୁନି ଟଙ୍କା । ଏହି କଥା ମାନେ କହିଛନ୍ତି ଜିଲ୍ଲାର କିଛି ନିର୍ମାଣ ଶ୍ରମିକ ।
ଲେବର କାର୍ଡ ଥାଇ ସୁଦ୍ଧା ସୁବିଧା ସୁଯୋଗରୁ ବଞ୍ଚିତ ନିର୍ମାଣ ଶ୍ରମିକ ଜିଲ୍ଲାରେ 10,086 ନିର୍ମାଣ ଶ୍ରମିକ ପଞ୍ଜିକରଣ ପାଇଁ ଆବେଦନ କରିଥିଲେ ମଧ୍ୟ ସେସବୁ ବାକି ରହିଛି । ଏହା ମୋଟ 30 ହଜାର ଫାଇଲ ଲେବର ଅଫିସରେ ଖତ ଖାଉଥିବା ନେଇ ଅଭିଯୋଗ ହୋଇଛି ।
ଅନ୍ୟ ପଟେ ଶୁକ୍ରବାର ସମ୍ବଲପୁର ଗସ୍ତରେ ଆସି ଥିବା ରାଜ୍ୟ ଶ୍ରମ ଆୟୁକ୍ତ ନିରଞ୍ଜନ ସାହୁ କହିଛନ୍ତି, ଶ୍ରମିକଙ୍କ ଏହି ସମସ୍ୟା ଦୂର କରିବାକୁ ସମୀକ୍ଷା ହୋଇଛ । ବିଗତ ଦିନରେ ଜିଲ୍ଲାର ଶ୍ରମିକ ମାନଙ୍କୁ 1400 କୋଟି ଟଙ୍କାର ସୁବିଧା ସୁଯୋଗ ଦିଆଯାଇଛି । ଆଗକୁ ବ୍ଲକସ୍ତରରେ ଶ୍ରମ ବିଭାଗର ଅଧିକାରୀ ଯୋଗ୍ୟ ହିତାଧିକାରୀଙ୍କ ଚୟନ କରିବେ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବ ବୋଲି ସେ ଏହି ଅବସରେ କହିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ