ସମ୍ବଲପୁର: ଶ୍ରମିକଙ୍କ ପାଦରେ କୋରୋନା ବେଡି । ଚାଷବାସ ସମୟରେ ମାଡି ବସିଛି ମହାମାରୀ ଭୟ । ଚାଷ ଋତୁରେ ଦିନ ରାତି ଏକ କରି ଜମିରେ ଲୋଟି ପଡୁଥିବା କୃଷକ ଆଜି କୋରୋନା ଦାଉରେ ଭାଙ୍ଗି ପଡିଛି । ପ୍ରଥମରୁ କୋରୋନା ପାଇଁ ଚାଷ କାର୍ଯ୍ୟ ବିଳମ୍ବ ହୋଇଛି, ପୁଣି ଏପଟେ ଶ୍ରମିକ ଅଭାବ ଯୋଗୁଁ ଆଗକୁ ଜମି ପଡିଆ ପଡିବ ବୋଲି ଘାରିଲାଣି ଚିନ୍ତା ।
ଚାଷ କାମ ପାଇଁ ଚାଷୀ ତରତର ହେଉଛି, ହେଲେ ଶ୍ରମିକଙ୍କ ଦେଖା ନାହିଁ । ଏବେ କୁ ଧାନ ରୁଆ ସରିବା କଥା, ହେଲେ ଏଯାଏଁ ରୋଇବା କାମ ମଧ୍ୟ ଆରମ୍ଭ ହୋଇପାରୁନାହିଁ । ସରକାର କୋରୋନା କଟକଣାରୁ ଚାଷ କାର୍ଯ୍ୟକୁ ବାଦ ଦେଇଛନ୍ତି। ତେବେ ଚାଷ କିପରି ହେବେ ସେନେଇ କାହାର ନିଘା ନାହିଁ । କୋରୋନା ପାଇଁ ବିଭିନ୍ନ ଜିଲ୍ଲାରେ ଲକଡାଉନ ଓ ଆଉ ସଟଡାଉନ । କେହି କୁଆଡେ ଯା’ ଆସ କରି ପାରୁନାହାଁନ୍ତି । ଫଳରେ ଚାଷକାମରେ ଆହୁରି ବିଳମ୍ବ ହେବା ସହ ଶ୍ରମିକଙ୍କ ରୋଜଗାର ମଧ୍ୟ ଠପ ହୋଇପଡିଛି । ପୂର୍ବରୁ ଜମିରେ କାମ କରି ଦିନକରେ ଜଣେ ଶ୍ରମିକ 400 ଟଙ୍କା ରୋଜଗାର କରୁଥିଲି । ହେଲେ ଏବେ ଚାରି ଆଡୁ କାମ ଧନ୍ଦା ବନ୍ଦ ।