ସମ୍ବଲପୁର: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଏଥର ଭିଜିଲାନ୍ସ ଜାଲରେ ଧରାପଡିଛନ୍ତିି ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅତିରିକ୍ତ ତହସିଲଦାର । କୁଚିଣ୍ଡା ଅତିରିକ୍ତ ତହସିଲଦାର ସାରଦା ମହାରଣା ନିଜ କାଯ୍ୟାଳୟରେ ୧ଲକ୍ଷ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରାପଡିଛନ୍ତି । ସୂଚନା ଅନୁଯାୟୀ, ଆଜି(ଶନିବାର) ସମ୍ବଲପୁର ଭିଜିଲାନ୍ସ ଟିମ କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା ମହାରଣାଙ୍କ କାର୍ଯ୍ୟାଳୟରେ ଚଢାଉ କରିଥିଲା ।
ଭିଜିଲାନ୍ସ ଜାଲରେ କୁଚିଣ୍ଡା ଅତିରିକ୍ତ ତହସିଲଦାର - ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର
ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ମୋଟା ଅଙ୍କର ଲାଞ୍ଚ ନେଉଥିବା ସମୟରେ ଧରାପଡିଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅତିରିକ୍ତ ତହସିଲଦାର । ଅଧିକ ପଢନ୍ତୁ
ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ୧ଲକ୍ଷ ୨୦ହଜାର ଜବତ
ଏକ ପୋଖରୀ ଖନନ ଅନୁମତି ପାଇଁ ସାରଦା ୧ଲକ୍ଷ ୨୦ହଜାର ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତେବେ ପୂର୍ବରୁ ମଧ୍ୟ କୁଚିଣ୍ଡା ଅତିରିକ୍ତ ତହସିଲଦାରଙ୍କ ନାମରେ ଲାଞ୍ଚ ନେଉଥିବା ଅଭିଯୋଗ ହେଉଥିଲା । ଏହି ଆଧାରରେ ଆଜି ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ