ଓଡିଶା

odisha

ସମ୍ବଲପୁରୀ ଦିନ ପାଳିଲା କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ

By

Published : Aug 1, 2021, 3:39 PM IST

କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀର ବରିଷ୍ଠ ସଭ୍ୟ ବ୍ରଜମୋହନ ଦାନୀଙ୍କ ପୌରହିତ୍ୟରେ ସହରର ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରରେ ସମ୍ବଲପୁରୀ ଦିନ ପାଳନ କରାଯିବା ସହିତ କବି ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ପାଳନ କରାଯାଇଛି । ଅଧିକ ପଢନ୍ତୁ...

କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ସମ୍ବଲପୁରୀ ଦିନ ପାଳିତ
କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ସମ୍ବଲପୁରୀ ଦିନ ପାଳିତ

ସୁବର୍ଣ୍ଣପୁର: ଜିଲ୍ଲାର କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ ସମ୍ବଲପୁରୀ ଦିନ ପାଳିତ ହୋଇଯାଇଛି । ଏକାଡେମୀର ବରିଷ୍ଠ ସଭ୍ୟ ବ୍ରଜମୋହନ ଦାନୀଙ୍କ ପୌରହିତ୍ୟରେ ସହରର ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରରେ ସମ୍ବଲପୁରୀ ଦିନ ପାଳନ କରାଯିବା ସହିତ କବି ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ପାଳନ କରାଯାଇଛି ।

କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ସମ୍ବଲପୁରୀ ଦିନ ପାଳିତ

ଏହି ଅବସରରେ ଆୟୋଜିତ ସଭାରେ କୋଶଳୀ ଭାଷା ସଂସ୍କୃତି ଉପରେ ଆଲୋଚନା କରାଯିବା ସହିତ କୋଶଳୀ ଲୋକଗୀତ, ଲୋକକଳା, ଲୋକ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହି ସଭାରେ ଅଧ୍ୟାପକ ପୁରୁଷୋତ୍ତମ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଏବେ ଛାତ୍ରଛାତ୍ରୀମାନେ ପଶ୍ଚିମାଞ୍ଚଳ ଭାଷା ସଂସ୍କୃତିକୁ ନେଇ ସ୍ନାତକୋତ୍ତର ଓ ଗବେଷଣା କରୁଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ । ଆଜି ସମଗ୍ର ପଶ୍ଚିମାଞ୍ଚଳରେ ଆନନ୍ଦ ଉଲ୍ଲାସର ସହିତ ଲୋକେ ପଶ୍ଚିମାଞ୍ଚଳ ଖାଦ୍ୟ ଓ ବସ୍ତ୍ର ଉପରେ ଧ୍ୟାନ ଦେଇ ସାମାଜିକ ଗଣମାଧ୍ୟମରେ ଚିତ୍ରସବୁ ପ୍ରକାଶିତ କରୁଥିବା ଘଟଣାକୁ ସଭାର ଅନ୍ୟାନ୍ୟ ପଶ୍ଚିମାଞ୍ଚଳ ସାହିତ୍ୟ ପ୍ରେମୀ, ବକ୍ତା ମାନେ ପ୍ରଶଂସା କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details