ଓଡିଶା

odisha

ETV Bharat / state

Rengali Seat: କାହାରି ଗଡ଼ ନୁହେଁ, ପ୍ରତ୍ୟେକ ଥର ହୋଇଥାଏ ସତ୍ତା ପରିବର୍ତ୍ତନ - ସତ୍ତା ପରିବର୍ତ୍ତନ

ଇତିହାସ କହୁଛି କାହାରି ଗଡ଼ ନୁହେଁ ସମ୍ବଲପୁର ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ । ପ୍ରତ୍ୟେକ ଥର ହୋଇଥାଏ ସତ୍ତା ପରିବର୍ତ୍ତନ । ବର୍ତ୍ତମାନର ବିଧାୟକ ନାଉରୀ ନାଏକଙ୍କ ପ୍ରତି ସ୍ଥାନୀୟ ଜନ ଅସନ୍ତୋଷ ବାରି ହେଉଛି । ଫଳରେ ଆଗାମୀ ନିର୍ବାଚନରେ ମଧ୍ୟ ପରିବର୍ତ୍ତନର ପଦଧ୍ବନୀ ବାରି ହେଉଛି । ପଢନ୍ତୁ ଏହି ରିପୋର୍ଟ

history of Rengali constituency seat
history of Rengali constituency seat

By ETV Bharat Odisha Team

Published : Sep 25, 2023, 9:39 PM IST

Updated : Sep 25, 2023, 10:30 PM IST

କାହାରି ଗଡ଼ ନୁହେଁ, ପ୍ରତ୍ୟେକ ଥର ହୋଇଥାଏ ସତ୍ତା ପରିବର୍ତ୍ତନ

ସମ୍ବଲପୁର: ଆସନ୍ତା 2024 ସାଧାରଣ ନିର୍ବାଚନ ଲାଗି ଅଣ୍ଟା ଭିଡିଲେଣି ରାଜ୍ୟର ପ୍ରମୁଖ ଦଳ । ସେପଟେ ଅଙ୍କ କଷା ମଧ୍ୟ ଆରମ୍ଭ ହେଲାଣି । ଏହାରି ମଧ୍ୟରେ ସମ୍ବଲପୁର ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ନେଇ ତଥ୍ୟ ରଖିଛନ୍ତି ରାଜନୀତି ବିଶ୍ଳେଷକ । ଇତିହାସ କହୁଛି କାହାରି ଗଡ଼ ନୁହେଁ ସମ୍ବଲପୁର ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ । ପ୍ରତ୍ୟେକ ଥର ଏହି ନିର୍ବାଚନ ମଣ୍ଡଳୀରେ ସତ୍ତା ପରିବର୍ତ୍ତନ ହୋଇଥାଏ ବୋଲି ବିଶ୍ଳେଷକ ମତ ରଖିଛନ୍ତି ।

2009 ମସିହାରେ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ନୂତନ ଭାବେ ପୁନର୍ଗଠିତ ହୋଇଥିବା ବେଳେ ଏହା SC କାଟେଗୋରୀ ପାଇଁ ସରଂକ୍ଷିତ ରହିଛି । ବର୍ତ୍ତମାନ ସୁଦ୍ଧା ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ 3 ଗୋଟି ନିର୍ବାଚନ ଦେଖିଥିବା ବେଳେ 3 ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଓ ବିଜେପି ଦଳର ପ୍ରାର୍ଥୀ ଏଠାରେ ଥରେ ଲେଖାଏଁ ବିଧାୟକ ହୋଇଛନ୍ତି । ଏହା ପ୍ରମାଣିତ କରେ ଯେ ଏହି ନିର୍ବାଚନ ମଣ୍ଡଳୀ କୌଣସି ଦଳର ଗଡ଼ ନୁହେଁ ଯିଏ ଭଲ ଭାବେ ଲୋକଙ୍କୁ ପ୍ରଭାବିତ କରିପାରିବ, ଯାହା ଉପରେ ଲୋକଙ୍କ ଭରସା ଆସେ ତାଙ୍କୁ ହିଁ ଲୋକେ ବିଜୟୀ କରାନ୍ତି ।

ଏହା ବି ପଢନ୍ତୁ- 2024 Election: ରେଙ୍ଗାଲି ଆସନ ପାଇଁ କିଏ ହେବ ବିଜେଡି ପ୍ରାର୍ଥୀ ?

ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ । ଏହା ଏକ ଶିଳ୍ପ ସମୃଦ୍ଧ ଆସନ ହୋଇଥିବାରୁ ଏହାର ଗୁରୁତ୍ବ ଅଧିକ ରହିଛି । ତେବେ ଏହି ନିର୍ବାଚନ ମଣ୍ଡଳୀଟି 2009ରେ ଗଠନ ହୋଇଥିବା ବେଳେ ଏହା SC କାଟେଗୋରି ପାଇଁ ସଂରକ୍ଷିତ । ଏହି ନିର୍ବାଚନ ମଣ୍ଡଳୀର ଭୋଟର ବହୁତ ସଚେତନ, କାରଣ ଏହା କୌଣସି ଗୋଟିଏ ଦଳରେ ଗଡ଼ ନୁହେଁ । ପ୍ରତ୍ୟେକ ଥର ଏଠାରେ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀଙ୍କୁ ଏହି ଆସନର ଭୋଟର ବିଜୟୀ କରିଛନ୍ତି । 2009ରେ ଏହି ସିଟରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଦୁର୍ଯ୍ୟୋଧନ ଗର୍ଡିଆ ସ୍ବାଧୀନ ପ୍ରାଥୀ ଏମ.ବି ପ୍ୟାରିରାଜଙ୍କୁ 13,784 ଭୋଟରେ ପରାଜିତ କରିଥିଲେ ।

ତେବେ 2014ରେ ଏଠାରେ ଶାସକ ବିଜେଡି ବାଜିମାତ କରିଥିଲା । ବିଜେଡିର ପ୍ରାର୍ଥୀ ରମେଶ ପଟୁଆ ବିଜେପିର ନାଉରୀ ନାଏକଙ୍କୁ 1830 ଭୋଟରେ ହରେଇ ଥିଲେ । 2019ରେ ଜନତାଙ୍କ ମତକୁ ନିଜ ସପକ୍ଷରେ ନେବାକୁ ସକ୍ଷମ ହୋଇଥିଲା ବିଜେପି । ବିଜେପି ନାଉରୀ ନାଏକ, ବିଜେଡିର ରୀନା ତନ୍ତୀଙ୍କୁ 6743 ଭୋଟରେ ପରାଜିତ କରିଥିଲେ । ତେବେ ଆଗକୁ ଆସୁଥିବା ନିର୍ବାଚନରେ ମଧ୍ୟ ସମୀକରଣ କଣ ହେବ ତାହା ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି । 2019 ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀନା ତନ୍ତୀଙ୍କୁ ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କ ଅତି ନିକଟତର କୁହାଯାଉଥିବା ବେଳେ ବର୍ତ୍ତମାନ ନବ ଦାସ ଆଉ ନାହାଁନ୍ତି ।

ଏହା ବି ପଢନ୍ତୁ- General Elections: ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହେବେ ଧର୍ମେନ୍ଦ୍ର !

ଅନ୍ୟପଟେ ବାର୍ତ୍ତାମାନ ବିଧାୟକ ବିଜେପିର ନାଉରୀ ନାଏକଙ୍କ ଲୋକପ୍ରିୟତା ମଧ୍ୟ କମିଛି । ଏଭଳି ସ୍ଥିତିରେ ଆଗାମୀ ନିର୍ବାଚନରେ ବିଜେପି ପ୍ରାର୍ଥୀ ନାଉରୀ ନାଏକ ହେବେ ବୋଲି ଗୋଟେ ପ୍ରକାର ନିଶ୍ଚିତ ରହିଛି । କିନ୍ତୁ କଂଗ୍ରେସ ଓ ବିଜେଡିର ପ୍ରାର୍ଥୀ କିଏ ହେବ ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ପରିପ୍ରେକ୍ଷୀରେ ଶାସକ ବିଜେଡିର ଏକାଧିକ ଆଶାୟୀ ପ୍ରାର୍ଥୀ ଅଛନ୍ତି । ଏହି ସ୍ଥାନର ପ୍ରମୁଖ ସମସ୍ୟା ଯାହା ନିର୍ବାଚନୀ ମୁଦ୍ଦା ହୋଇଥାଏ ତାହା ହେଲା ଶିଳ୍ପ ଅନୁଷ୍ଠାନ ଗୁଡିକରେ ସ୍ଥାନୀୟ ନିଯୁକ୍ତି ନମିଳିବା, ପ୍ରଦୂଷଣ ସମସ୍ୟା, ପାନୀୟ ଜଳ ସମସ୍ୟା, ଉତ୍ତମ ମାନର ହସ୍ପିଟାଲ ନଥିବା ପରି ସମସ୍ୟା ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆଜି ପର୍ଯ୍ୟନ୍ତ କୌଣସି ଦଳର ପ୍ରାଥୀ ଏହି ସମସ୍ୟାର ସମାଧାନ କରିନାହାଁନ୍ତି । ଏହା ସହ ବର୍ତ୍ତମାନର ବିଧାୟକ ନାଉରୀ ନାଏକଙ୍କ ପ୍ରତି ସ୍ଥାନୀୟ ଜନ ଅସନ୍ତୋଷ ବାରି ହେଉଛି । ଫଳରେ ଆଗାମୀ ନିର୍ବାଚନରେ ମଧ୍ୟ ପରିବର୍ତ୍ତନର ପଦଧ୍ବନୀ ବାରି ହେଉଛି । ତେବେ ନିର୍ବାଚନ ସମୟରେ ସମୀକରଣ କଣ ରହିବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ସମ୍ବଲପୁର

Last Updated : Sep 25, 2023, 10:30 PM IST

ABOUT THE AUTHOR

...view details