ସମ୍ବଲପୁର:ଭିନ୍ନତା ଭିତରେ ଏକତାର ଉଦାହରଣ । ଏହି ଏକତାର ଉଦାହରଣ ଦେଖାଇଛି ସମ୍ବଲପୁର କାଇଟ ଫେଷ୍ଟିଭାଲ । ମକର ସଂକ୍ରାନ୍ତି ଅବସରରେ "ସମ୍ବଲପୁର ୟୁଥ" ପକ୍ଷରୁ ସ୍ଥାନୀୟ ଫୋର-ସି ଗ୍ରାଉଣ୍ଡରେ ଏହି କାଇଟ ଫେଷ୍ଟିଭାଲର ଆୟୋଜନ ହୋଇଛି । ଏଥିରେ ଗୁଡ଼ି ଉଡ଼ାଯିବା ସହ ବିଭିନ୍ନ ସମ୍ପ୍ରଦାୟ ପକ୍ଷରୁ ନିଜ ନିଜର ପାରମ୍ପରିକ ନୃତ୍ୟଗୀତର ଆସର ଦେଖିବାକୁ ମିଳିଛି ।
ମକର ସଂକ୍ରାନ୍ତି ଅବସରରେ ଗୁଡ଼ି ଉଡେଇବାର ପରମ୍ପରା ରହିଛି । ଏହି ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି । କିନ୍ତୁ ଧୀରେ ଧୀରେ ଏହି ପରମ୍ପରା ଲୋପ ପାଇବାକୁ ବସିଛି । ଏନେଇ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ସୋମବାର ସମ୍ବଲପୁର ଫୋର-ସି ପଡିଆରେ ଅନୁଷ୍ଠିତ ହୋଇଛି 'କାଇଟ ଫେଷ୍ଟିଭାଲ' । ଏହି ଅବସରରେ ଫୋର-ସି ଗ୍ରାଉଣ୍ଡରେ ଉଡ଼ିଛି ରଙ୍ଗୀନ ରଙ୍ଗୀନ ଗୁଡ଼ି । ରଙ୍ଗ ବେରଙ୍ଗର ଗୁଡ଼ିରେ ଝଟକିଛି ଆକାଶ । ଆଉ ଏହି ଫୋର-ସି ପଡିଆରେ ଅନୁଷ୍ଠିତ ହୋଇଛି ବିଭିନ୍ନ ପ୍ରତିଯୋଗିତା । ରଙ୍ଗ ବେରଙ୍ଗର ଝୋଟି ପ୍ରତିଯୋଗିତା ସାଙ୍ଗଙ୍କୁ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ...ଲିଙ୍ଗରାଜଙ୍କୁ ଲାଗି ହେଲା ମକର ଭୋଗ, ବାବାଙ୍କ ଦର୍ଶନ କଲେ ଲକ୍ଷାଧିକ ଭକ୍ତ