ସମ୍ବଲପୁର: ପରୀକୁ ନ୍ୟାୟ ଦେବା ପାଇଁ ବିଜେପିର ପଣ । ଆଗାମୀ ଦିନରେ ପରୀକୁ ନ୍ୟାୟ ଦେବା ପାଇଁ ସାରା ରାଜ୍ୟରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପଦଯାତ୍ରା କରିବ ବିଜେପି। ଏନେଇ ଆଜି(ମଙ୍ଗଳବାର) ସମ୍ବଲପୁରରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।
ଏହାସହ ଆସନ୍ତା ଡିସେମ୍ବର 22ରେ ବରଗଡ଼ ଜିଲ୍ଲାରେ କେନ୍ଦ୍ର କୃଷି ଆଇନ ସପକ୍ଷରେ ବିଜେପି ପକ୍ଷରୁ କୃଷକ ସମାବେଶ ହେବ ବୋଲି କହିଛନ୍ତି ସମୀର ମହାନ୍ତି। ଏହି ସମାବେଶ କୃଷି ଆଇନ ନେଇ ହେଉଥିବା ଅପପ୍ରଚାର ବାବଦରେ ଚାଷୀଙ୍କୁ ସଚେତନ କରିବ ବିଜେପି ।