ସମ୍ବଲପୁର: ଯୁଜୁମରା ପୋଲିସକୁ(jujumura police) ସଫଳତା । ଗୁରୁବାର ସନ୍ଧ୍ୟାରେ ସମ୍ବଲପୁର କଟକ 55 ନମ୍ବର ଜାତୀୟ ରାଜପଥର ଯୁଜୁମରା ତହସିଲ ଅଫିସ ଛକ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ ମହିନ୍ଦ୍ରା ପିକ ଅଫ ଗାଡିକୁ ଅଟକାଇଥିଲେ । ତେବେ ପୋଲିସକୁ ଦେଖି ଗାଡ଼ିରେ ଥିବା ଦୁଇ ଜଣ ଫେରାର ହୋଇଯାଇଥିବା ବେଳେ ଗାଡ଼ିରୁ 11 ପକେଟ ଗଞ୍ଜେଇ ଜବତ(cannabis seized) ହୋଇଥିଲା।
ପିକଅପ୍ ଭ୍ୟାନରୁ 2 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର - ସମ୍ବଲପୁରରେ ଗଞ୍ଜେଇ ଚୋରା ଚାଲାଣ
ଯୁଜୁମରା ତହସିଲ ଅଫିସ ଛକ ନିକଟରେ ପାଟ୍ରୋଲିଂ ବେଳେ ଏକ ମହିନ୍ଦ୍ରା ପିକ ଅଫ ଗାଡିରୁ 2 କ୍ବିଣ୍ଟାଲ 64 କେଜି 920 ଗ୍ରାମ ଗଞ୍ଜେଇ ଜବତ କଲା ଜୁଜୁମୁରା ପୋଲିସ(jujumura police) । 2 ଅଭିଯୁକ୍ତ ଫେରାର । ଅଧିକ ପଢନ୍ତୁ
ଯୁଜୁମୁରା ପୋଲିସ ହାତରେ ଧରାପଡ଼ିଲା 7 ଲକ୍ଷର ଚୋରା ଗଞ୍ଜେଇ, ଅଭିଯୁକ୍ତ ଫେରାର
ଜବତ ଗଞ୍ଜେଇର ଓଜନ 2 କ୍ବିଣ୍ଟାଲ 64 କେଜି 920 ଗ୍ରାମ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ 7 ଲକ୍ଷ 97 ହଜାର 100 ଟଙ୍କା ହେବ ବୋଲି ସମ୍ବଲପୁର ଏସପି ବତୁଲା ଗଙ୍ଗାଧର ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି । ଏହି ଗଞ୍ଜେଇ ଚୋରା ଚାଲାଣରେ ଉତ୍ତର ପ୍ରଦେଶ ପ୍ରୟାଗରାଜ ଜିଲ୍ଲାର ଅଜୟ ପ୍ରତାପ ସିଂ ନାମକ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ଯଥାଶୀଘ୍ର ପୋଲିସ ଅଭିଯୁକ୍ତଙ୍କୁ ଧରିବ ବୋଲି SP ସୂଚନା ଦେଇଛନ୍ତି।
ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ