ଓଡିଶା

odisha

ETV Bharat / state

Ash Dumping Case: ବେଆଇନ ପାଉଁଶ ଗଦା ଘଟଣା, ପ୍ରଶାସନକୁ ଗୁହାରୀ କଲେ ଗ୍ରାମବାସୀ - ସମ୍ବଲପୁର ଜୁଯୁମୁରା

ଶିଳ୍ପ ଅନୁଷ୍ଠାନ ଗୁଡିକର ବିଷାକ୍ତ ପାଉଁଶ ପକାଯାଉଥିବା ବେଳେ ଏନେଇ ସ୍ଥାନୀୟ ଅଞ୍ଚଳର 10 ଟି ଗାଁର ଲୋକେ ଏହାର ବିରୋଧ କରି ୭ ଦିନ ତଳେ ସଦର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ l ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସ୍ଥାନୀୟ ଅଞ୍ଚଳର ଶହ ଶହ ମହିଳା ପୁରୁଷ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସି ଅତିରିକ୍ତ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରିଛନ୍ତି l ଅଧିକ ପଢନ୍ତୁ

Ash Dumping Case: ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ଗ୍ରାମବାସୀ
Ash Dumping Case: ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ଗ୍ରାମବାସୀ

By

Published : Jun 21, 2023, 10:33 PM IST

Ash Dumping Case: ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ଗ୍ରାମବାସୀ

ସମ୍ବଲପୁର: ସମ୍ବଲପୁର ଜୁଯୁମୁରା ବ୍ଲକ ଅନ୍ତର୍ଗତ କବରାପାଳି ପଞ୍ଚାୟତର ନୀଳଡୁଙ୍ଗରି ଅଞ୍ଚଳରେ ବେଆଇନ ଭାବେ ବିଷାକ୍ତ ପାଉଁଶ ପକାଇବା ଘଟଣା। ବିଷାକ୍ତ ପାଉଁଶ ଜମାକୁ ବିରୋଧ କରି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ଗ୍ରାମବାସୀ।

ଶିଳ୍ପ ଅନୁଷ୍ଠାନ ଗୁଡିକର ବିଷାକ୍ତ ପାଉଁଶ ପକାଯାଉଥିବା ବେଳେ ଏନେଇ ସ୍ଥାନୀୟ ଅଞ୍ଚଳର 10 ଟି ଗାଁର ଲୋକେ ଏହାର ବିରୋଧ କରି ୭ ଦିନ ତଳେ ସଦର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ l ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସ୍ଥାନୀୟ ଅଞ୍ଚଳର ଶହ ଶହ ମହିଳା ପୁରୁଷ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସି ଅତିରିକ୍ତ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରିଛନ୍ତି l ଏନେଇ ଯଥାଶୀଘ୍ର ପଦକ୍ଷପ ନିଆ ନଗଲେ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ମହିଳା ମାନେ ବସ୍ତା ରେ ପାଉଁଶ କୁ ଭରି ଆଣି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ଭିତରେ ଗଦା କରିଦେବେ ବୋଲି ଚେତାବନୀ ଦେଇଛନ୍ତି l

ବେଆଇନ ପାଉଁଶ ଗଦା ପାଇଁ ଚିନ୍ତାରେ ଜୁଯୁମୁରା ବ୍ଲକର 10 ଟି ଗାଁର ଲୋକେ l ଗତ କିଛିଦିନ ହେଲା ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକ କବରାପାଲି ପଞ୍ଚାୟତ ର ନୀଳଡୁଙ୍ଗରି ଅଞ୍ଚଳରେ ଏକ ସଂସ୍ଥା ପକ୍ଷରୁ ଶହ ଶହ ଟ୍ରକ ବିଷାକ୍ତ ପାଉଁଶ ଆଣି ପକାଯାଇଛି l ଏହା ଫଳରେ ସ୍ଥାନୀୟ ଅଞ୍ଚଳର ଚାଷ ଜମି ପ୍ରଦୂଷିତ ହେବା ସହ ବାୟୁମଣ୍ଡଳ ମଧ୍ୟ ବିଷାକ୍ତ ହେଉଥିବାର ଗ୍ରାମବାସୀ ଅଭିଯୋଗ କରିଥିଲେ l ଏହି ଅଞ୍ଚଳର ଆଦିବାସୀଙ୍କ ଜୀବନ ଜୀବିକା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା ସ୍ଥାନୀୟ ଜନ ପ୍ରତିନିଧି ଅଭିଯୋଗ କରିଥିଲେ l

ଏନେଇ ସଦର ଥାନାରେ ଲିଖିତ ଭାବରେ ଅଭିଯୋଗ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ମଧ୍ୟ କରିଥିଲେ l ତେବେ ଆଜି ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷପ ନିଆ ନଯିବାରୁ ଆଜି ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକଙ୍କ ସହିତ ସ୍ଥାନୀୟ ଜନ ପ୍ରତିନିଧି ମାନେ ଜିଲ୍ଲାପାଳ କାର୍ଯ୍ୟାଳୟ କୁ ଆସି ଏହି ସମସ୍ୟା ନେଇ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି l ଏହାସହ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଆଗାମୀ ଦିନରେ ସ୍ଥାନୀୟ ମହିଳା ମାନେ ବସ୍ତା ରେ ସେହି ସ୍ଥାନରୁ ପାଉଁଶ ଭରି ଆଣି ସମ୍ବଲପୁର ଜିଲ୍ଲପାଳ କାର୍ଯ୍ୟାଳୟ ପରିସରରେ ଗଦା କରିବେ ବୋଲି ଚେତାବନୀ ଦେଇଛନ୍ତି l

ସୂଚନାଯୋଗ୍ୟ ଯେ ସ୍ଥାନୀୟ ଲୋକ ପାଉଁଶ ଗଦା କରୁଥିବା ସଂସ୍ଥା ନାଁରେ ଥାନାରେ ଅଭିଯୋଗ କରିବା ସହ ସେହି ଅଞ୍ଚଳର ପାଉଁଶ କୁ ଯଥାଶୀଘ୍ର ସ୍ଥାନାନ୍ତରିତ କରିବାକୁ ଦାବୀ କରି ଆସୁଥିଲେ l ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ନଥିଲା l ବର୍ତମାନ ଏହି ଅଭିଯୋଗ ଗ୍ରାମବାସୀ ଙ୍କ ଠାରୁ ପାଇବା ପରେ ଏହି ଘଟଣାର ତଦନ୍ତ କରାଯିବ । ଯଦି କୌଣସି ବେଆଇନ କାର୍ଯ୍ୟ ହୋଇଥିବ ତାହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details