ଓଡିଶା

odisha

ETV Bharat / state

ମହାନଦୀ ବ୍ରିଜରୁ 2 ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ବଞ୍ଚାଇଲେ ସାମ୍ବାଦିକ - girls attempt suicide

ସମ୍ବଲପୁର ଦ୍ବିତୀୟ ମହାନଦୀ ସେତୁ ଉପରୁ ଡେଇଁ ଦୁଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ସାମ୍ବାଦିକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ରକ୍ଷା ପାଇଲା ଦୁଇ ଦୁଇଟା ଜୀବନ । ଅଧିକ ପଢନ୍ତୁ...

ମହାନଦୀ ବ୍ରିଜରୁ 2 ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ବଞ୍ଚାଇଲେ ସାମ୍ବାଦିକ
ମହାନଦୀ ବ୍ରିଜରୁ 2 ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ବଞ୍ଚାଇଲେ ସାମ୍ବାଦିକ

By

Published : Mar 19, 2021, 8:39 PM IST

ସମ୍ବଲପୁର: ଆମେ ମରିବାକୁ ଚାହୁଁଛୁ, ଆମକୁ ମରିବାକୁ ଦିଅ ! ଠିକ ଏମିତି କିଛି କଥା କହି ଶୁକ୍ରବାର ସମ୍ବଲପୁର ମହାନଦୀ ଦ୍ବିତୀୟ ସେତୁ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦୁଇ ମହିଳା । ହେଲେ କିଛି ବୈଦ୍ୟୁତିକ ଗଣମାଧ୍ୟମ ସାମ୍ବାଦିକ ଦେବଦୂତ ସାଜି ସେମାନଙ୍କୁ ରକ୍ଷା କରିଛନ୍ତି । ସାମ୍ବାଦିକମାନେ ସବୁ ପ୍ରକାର ସାହାଯ୍ୟ କରାଯିବାର ପ୍ରତିଶ୍ରୁତି ଦେଇ କଥା ଆଳରେ ମହିଳା ଦ୍ବୟଙ୍କୁ ଏକ ଘଣ୍ଟା ଧରି ଅଟକାଇ ରଖିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଆସି ସେମାନଙ୍କୁ ଉଦ୍ଧାର କରିଛି । ମହିଳା ଦ୍ବୟ ନିଜ ସ୍ବାମୀଙ୍କ ଦ୍ବାରା ନିର୍ଯ୍ୟାତିତ ହୋଇ ସଖୀ ସେଣ୍ଟରରେ ରହି ଆସୁଥିବା ସୂଚନା ମିଳିଛି ।

ମହାନଦୀ ବ୍ରିଜରୁ 2 ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ବଞ୍ଚାଇଲେ ସାମ୍ବାଦିକ

ଶୁକ୍ରବାର ପ୍ରାୟ ସନ୍ଧ୍ୟା 5 ଟା 30 ସମୟରେ ଦ୍ବିତୀୟ ମହାନଦୀ ସେତୁ ଉପରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଯାହା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି । ସୂଚନା ମୁତାବକ, ପ୍ରଥମ ମହିଳା ଜଣକ ଆଗରୁ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତାଙ୍କ ସହ ବିବାହ ବିଚ୍ଛେଦ ହେବା ପରେ ସେ ସମ୍ବଲପୁରରେ ଚାକିରୀ କରୁଥିବା ବିହାର ବାସିନ୍ଦା ପ୍ରବୀଣ କୁମାରଙ୍କୁ ଦ୍ବିତୀୟ ବିବାହ କରିଥିଲେ । ମାତ୍ର ପ୍ରବୀଣ ଅନ୍ୟତ୍ର ବିବାହ କରିଥିଲେ । ଏଣୁ ମହିଳାଟି ଥାନାର ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ସେପଟେ ଉକ୍ତ ପୀଡିତା ଜଣକ ଘଟଣାସ୍ଥଳକୁ ସାଙ୍ଗରେ ପ୍ରଥମ ସ୍ବାମୀର ଛୋଟ ଛୁଆକୁ ଆଣି ଆସିଥିବାବେଳେ ବର୍ତ୍ତମାନ ସେ ଗର୍ଭବତୀ ଥିବା କହିଛନ୍ତି ।

ଅନ୍ୟପକ୍ଷେ ତାଙ୍କ ସାଙ୍ଗରେ ଆସିଥିବା ଅନ୍ୟ ଜଣେ ହିନ୍ଦୁ ମହିଳା ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ବିବାହ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ, ତାଙ୍କର ସ୍ବାମୀ ବିବାହ ପୂର୍ବରୁ ତାଙ୍କୁ ଦୁଷ୍କର୍ମ କରିବାରୁ ମାମଲା ଥାନାକୁ ଯାଇଥିଲା । ପରେ ସହମତି ଓ ଆପସ ବୁଝାମଣାରେ ବିବାହ ହୋଇଥିଲା । ତେବେ ତାଙ୍କୁ ସ୍ବାମୀ ନିର୍ଯ୍ୟାତନା ଦେବାରୁ ସେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ବାବୁ ନ ଶୁଣିବାରୁ ସେ ଆଜି ଆତ୍ମହତ୍ୟା ଭଳି ଏହି ଚରମ ପଦକ୍ଷେପ ନେବାକୁ ଯାଉଥିବା କହିଛନ୍ତି ।

ତେବେ ମହାନଦୀ ଦ୍ବିତୀୟ ସେତୁ ଉପରେ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ଆତ୍ମହତ୍ୟାର ଏହି ହାଇଭୋଲଟେଜ ଡ୍ରାମା । ଶେଷରେ ସାମ୍ବାଦିକମାନଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ମହିଳା ଦ୍ବୟଙ୍କୁ ଆତ୍ମହତ୍ୟା କରିବାରୁ ଅଟକାଇ ଯାଇପାରିଥିଲା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details