ଓଡିଶା

odisha

ETV Bharat / state

ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ମାମଲା: ପୁଣି ରିମାଣ୍ଡରେ ଆସିବ ଅଭିଯୁକ୍ତ ! - ଡିଏନଏ ଟେଷ୍ଟର ରିପୋଟ

ସମ୍ବଲପୁରର ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣାକୁ ଆହୁରି ଗୁରୁତର ସହ ନିଆଯାଇଛି ବୋଲି ସମ୍ବଲପୁର ନବ ନିଯୁକ୍ତ ଏସପି କନବର ବିଶାଳ ସିଂ କହିଛନ୍ତି।

ଫଟୋ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

By

Published : Aug 30, 2019, 8:10 PM IST

ସମ୍ବଲପୁର: ସମ୍ବଲପୁରର ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣାକୁ ଆହୁରି ଗୁରୁତର ସହ ନିଆଯାଇଛି ବୋଲି ସମ୍ବଲପୁର ନବ ନିଯୁକ୍ତ ଏସପି କନବର ବିଶାଳ ସିଂ କହିଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ବସନ୍ତ ପଣ୍ଡା ଗିରଫ ହୋଇଥିଲେ ମଧ୍ୟ ଦରକାର ପଡ଼ିଲେ ତାଙ୍କୁ ପୁଣି ଥରେ ରିମାଣ୍ଡରେ ଅଣାଯାଇ ପଚରା ଉଚରା କରାଯିବ ବୋଲି ଶୁକ୍ରବାର ଏସପି କହିଛନ୍ତି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁ


ଏହାଛଡା ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ନନ୍ଦାପଡାର ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟିଥିବା ସ୍ଥାନର ମାଟି ତଳୁ ମିଳିଥିବା ଖପୁରୀର ଅଂଶର ଡିଏନଏ ଟେଷ୍ଟ ପାଇଁ ମୃତ ଜୟଶ୍ରୀଙ୍କ ପୁଅ ଓ ଝିଅଙ୍କ ଠାରୁ ନମୁନା ମଧ୍ୟ ସଂଗ୍ରହ ସରିଛି।

ତେବେ ଡିଏନଏ ଟେଷ୍ଟର ରିପୋଟ ଆସିବା ପରେ ସମ୍ପୂର୍ଣ୍ଣ ତଥ୍ୟ ସହ ଚାର୍ଜସିଟ ଦାଖଲ ହେବ ବୋଲି ଏସପି କହିଛନ୍ତି। ଏହାସହ ଆବଶ୍ୟକ ପଡିଲେ ଅଭିଯୁକ୍ତକୁ ଆଉଥରେ ରିମାଣ୍ଡରେ ଅଣାଯିବ ବୋଲି ମଧ୍ୟ ଏସପି କନବର ବିଶାଳ ସିଂ କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details