ଓଡିଶା

odisha

ETV Bharat / state

ଜୟଶ୍ରୀ ହତ୍ୟାକାଣ୍ଡ ମାମଲା: ପୁଣି ଖୋଳାଗଲା ମୃତଦେହ ପୋତା ହୋଇଥିବା ସ୍ଥାନ - ଡିଏନଏ ଟେଷ୍ଟ ପାଇଁ ନମୁନା ସଂଗ୍ରହ

ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣାର ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ ପାଇଁ ବଡସିଂହାରି ଜଙ୍ଗଲରେ ଯେଉଁ ସ୍ଥାନରେ ପୂର୍ବରୁ ଦେହାବଶେଷ ମିଳିଥିଲା, ଶନିବାର ପୁଣିଥରେ ସମାନ ସ୍ଥାନରେ ମାଟି ଖୋଳାଯାଇଛି । ଅଧିକ ପଢନ୍ତୁ...

ଜୟଶ୍ରୀ ହତ୍ୟାକାଣ୍ଡ ମାମଲା: ଅଧିକ ତଥ୍ୟ ପାଇଁ ପୁଣି ଖୋଳାଗଲା ମାଟି

By

Published : Sep 21, 2019, 5:28 PM IST

ସମ୍ବଲପୁର: ସମ୍ବଲପୁର ନନ୍ଦପଡାର ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣାର ଅଧିକ ତଥ୍ୟ ସଂଗ୍ରହ ପାଇଁ ଆଜି(ଶନିବାର) ପୁଣି ଦେହାବଶେଷ ମିଳିଥିବା ସ୍ଥାନକୁ ଖୋଳାଯାଇଛି ।

ଜୟଶ୍ରୀ ହତ୍ୟାକାଣ୍ଡ ମାମଲା: ଅଧିକ ତଥ୍ୟ ପାଇଁ ପୁଣି ଖୋଳାଗଲା ମାଟି

ସମ୍ବଲପୁର ବଡସିଂହରି ଜଙ୍ଗଲର ଯେଉଁ ସ୍ଥାନରେ ପୂର୍ବରୁ ଦେହାବଶେଷ ମିଳିଥିଲା, ସେହି ସ୍ଥାନରେ ପୁଣି ମାଟି ଖୋଳାଯାଇଛି । ସମ୍ବଲପୁର ଏସଡିପିଓ, ଟାଉନ ଥାନା ଅଧିକାରୀ, ସମ୍ବଲପୁର ସାଇଣ୍ଟିଫିକ୍ ଟିମ୍, ବୁର୍ଲା ଏଫଏମଟି ଟିମ୍ ଓ ଆରଏଫଏସଏଲ୍‌ର ଟିମ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳାଯାଇଛି ।

ପୂର୍ବରୁ ଗତ ଜୁଲାଇ 26 ତାରିଖରେ ସମାନ ସ୍ଥାନରେ ମାଟି ଖୋଳାଯାଇ ଖପୁରୀର ଅଂଶବିଶେଷ ମିଳିଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବସନ୍ତ ପଣ୍ଡା ମଧ୍ୟ ଗିରଫ ହୋଇଥିଲା । ଏହାସହ ଘଟଣାରେ ଅଧିକ ପ୍ରମାଣ ପାଇଁ ମୃତ ଜୟଶ୍ରୀଙ୍କ ପରିବାର ଲୋକଙ୍କ ଡିଏନଏ ଟେଷ୍ଟ ପାଇଁ ନମୂନା ସଂଗ୍ରହ କରାଯାଇଛି ।

ତେବେ ଅଧିକ ଦେହାବଶେଷ ମିଳିବା ଆଶାରେ ଆଜି(ଶନିବାର) ପୁଣି ମାଟି ଖୋଳା ଯାଇଛି । ଅଧିକ ତଥ୍ୟ ପ୍ରମାଣ ପାଇବା ଆଶାରେ ମାଟି ଖୋଳା ଚାଲିଛି ବୋଲି ସମ୍ବଲପୁର ଏସପି କହିଛନ୍ତି । ତେବେ ଯେତିକି ତଥ୍ୟ ବିଷୟରେ ପରିପ୍ରକାଶ କରିହେବ ତାହା ହିଁ କୁହାଯିବ ବୋଲି ଏସପି କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ, 2011 ମସିହାରୁ ଜୟଶ୍ରୀ ମିଶ୍ର ନିଖୋଜ ଥିଲେ । ଏହି ଘଟଣାକୁ ପ୍ରଥମେ ପୋଲିସ ଗୁରୁତ୍ବର ସହ ନେଇନଥିଲା । ତେବେ ଜୟଶ୍ରୀଙ୍କ ଝିଅ ଏତେବର୍ଷ ପରେ ପୋଲିସ ଡିଜିଙ୍କୁ ଭେଟିବା ପରେ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା ।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details