ସମ୍ବଲପୁର: ସମ୍ବଲପୁର ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣାରେ ଗୁରୁବାର ସମ୍ବଲପୁର ପୋଲିସ ଡିଏନଏ ଟେଷ୍ଟ ପାଇଁ ଜୟଶ୍ରୀଙ୍କ ଝିଅ ବିଜୟିନୀ ମିଶ୍ର ଓ ପୁଅଙ୍କ ନମୂନା ସଂଗ୍ରହ କରିଛି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଡିଏନଏ ଟେଷ୍ଟ କରାଯାଇଛି ।
ଗତ ବୁଧବାର ସମ୍ବଲପୁର ପୋଲିସ ଏସଡିଜେଏମ୍ କୋର୍ଟରେ ଡିଏନଏ ଟେଷ୍ଟ ପାଇଁ ଆବେଦନ କରିଥିଲା । ଗୁରୁବାର ଅନୁମତି ମିଳିବା ପରେ ଏହି ଡିଏନଏ ନମୁନା ସଂଗ୍ରହ କରାଯାଇଛି। ତେବେ ଏହାକୁ ଭୁବନେଶ୍ଵରକୁ ପରୀକ୍ଷା ପାଇଁ ପଠାଯିବ।