ଓଡିଶା

odisha

By ETV Bharat Odisha Team

Published : Oct 15, 2023, 10:23 PM IST

ETV Bharat / state

ଏକଜୁଟ ହେଲା ସମ୍ବଲପୁର ବିଜେଡି, ପଦଯାତ୍ରାରେ ଦମ୍ ଦେଖାଇଲେ ରୋହିତ

ପୁଣି ଥରେ ଏକଜୁଟ ହୋଇଥିବାର ପ୍ରଦର୍ଶନ କରିଛି ଜିଲ୍ଲା ବିଜେଡି । ସମ୍ବଲପୁରରେ ଆଜି ଜନସମ୍ପର୍କ ପଦଯାତ୍ରା କରିଛି ଦଳ । ଅଧିକ ପଢନ୍ତୁ

jana sampark padayatra in sambalpur
ସମ୍ବଲପୁରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ସମ୍ବଲପୁରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ସମ୍ବଲପୁର: ପୁଣି ଥରେ ଏକଜୁଟ ହୋଇଥିବାର ପ୍ରଦର୍ଶନ କରିଛି ଜିଲ୍ଲା ବିଜେଡି । କିଛି ଦିନ ପୂର୍ବରୁ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ସମ୍ବଲପୁର ଆସି ନିଜ ନିଜ ଭିତରେ ଥିବା ମତଭେଦ ଦୂର କରି ଏକଜୁଟ ହେବାକୁ ତାଗିଦ କରିଥିଲେ । ଆଜି ନବ ନିଯୁକ୍ତ ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀଙ୍କ ନେତୃତ୍ୱରେ ପଦଯାତ୍ରା ହୋଇଥିବାବେଳେ ଏଥିରେ ଦଳ ନିଜର ପାୱାର ସୋ କରିଛି । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ଆଗାମୀ ନିର୍ବାଚନ ପୂର୍ବରୁ ଦଳକୁ ସଂଗଠିତ କରିବାକୁ ଚେଷ୍ଟା କରିଛନ୍ତି । ମନ୍ତ୍ରୀ ପଦ ଗଲା ପରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ମିଳିଛି ନୂଆ ଦାୟିତ୍ୱ ।

ସମ୍ବଲପୁର ଜିଲ୍ଲା ବିଜେଡିଙ୍କୁ ସଂଗଠିତ କରିବା ପାଇଁ ତଥା ରୋହିତ ପୂଜାରୀଙ୍କୁ ଶାନ୍ତ୍ବନା ଦେବା ପାଇଁ ଜିଲ୍ଲା ବିଜେଡିକୁ ଦାୟିତ୍ୱ ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି l ପୂର୍ବରୁ ଏକ ଭଲ ସଂଗଠକ ଭାବେ ନିଜର ଦକ୍ଷତା ପ୍ରତିପାଦନ କରି ସାରିଥିବା ରୋହିତଙ୍କୁ ଏଥର ପୁଣି ଦଳକୁ ସଜାଡ଼ିବାର ଦାୟିତ୍ୱ ମିଳିଛି l ଦାୟିତ୍ୱ ମିଳିବା ପରେ ଆଜି ପ୍ରଥମ ଥର ପାଇଁ ଏହି ପଦଯାତ୍ରା କରିଛନ୍ତି ରୋହିତ । ଆଗାମୀ ନିର୍ବାଚନରେ ରେଢ଼ାଖୋଲ ସିଟ୍ ପାଇଁ ରୋହିତଙ୍କ ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ନିଜର ସାଙ୍ଗଠନିକ ଦକ୍ଷତା ପ୍ରଦର୍ଶନ କରି ରୋହିତ ପୁଣି ରେଢ଼ାଖୋଲ ସିଟ ପାଇଁ ଦାବିଦାର ସାଜିଥିବା ନେଇ ଆଲୋଚନା ହେଉଛି l

ଏହା ବି ପଢନ୍ତୁ...ସମ୍ବଲପୁରରେ ଜନସମ୍ପର୍କ ପଦଯାତ୍ରା ପୂର୍ବରୁ ବିଜେଡିର ପ୍ରସ୍ତୁତି, ଏକଜୁଟ ହୋଇ ଲଢିବାକୁ ଆହ୍ବାନ

ଆଜି ସନ୍ଧ୍ୟା 5 ଟାରେ ବାଲିବନ୍ଧା ଛକଠାରୁ ଜିଲ୍ଲା ବିଜେଡିର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମ୍ୟୁନସିପାଲଟି ଛକ ସ୍ଥିତ ନାରୀ ସେବା ସଦନ ପଡିଆରେ ପହଞ୍ଚିଥିଲେ l ଏହି ପଡିଆରେ ଏକ କର୍ମୀ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ସମ୍ବଲପୁର ଜିଲ୍ଲା ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ,ରାଜ୍ୟ ମୁଖପାତ୍ର ସଞ୍ଜୟ ବାବୁ, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ, ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଯୁବ ନେତା ସଞ୍ଜିତ ମହାନ୍ତି, ମହାନଗର ସଭାପତି ସତୀଶ ବିଶି ପ୍ରମୁଖ ଉପସ୍ଥିତ ରହିଥିଲେ l

ଏହି ଅବସରରେରେ ଆଗାମୀ ନିର୍ବାଚନରେ ବିଜେଡି ସମ୍ବଲପୁର 4 ଟି ଯାକ ବିଧାନସଭା ସିଟ୍ ଜିତିବ ବୋଲି ରୋହିତ ପୂଜାରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହାସହ ସେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ସାଂସଦ ନୀତେଶ ଗଙ୍ଗଦେବଙ୍କୁ ଟାର୍ଗେଟ କରି କହିଛନ୍ତି, "ଉଭୟ ସମ୍ବଲପୁର ବିଧାୟକ ଓ ସାଂସଦଙ୍କ ପାଇଁ ସମ୍ବଲପୁରର ଉନ୍ନତି ଅଟକି ରହିଛି । ସମ୍ବଲପୁର-କଟକ ଜାତୀୟ ରାଜପଥ କାମ ଏହି ନେତାଙ୍କ ଅପାରଗତା ଯୋଗୁଁ ଅଟକି ରହିଛି ।" ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, "ଆଗାମୀ ନିର୍ବାଚନରେ ସମ୍ବଲପୁର ଜିଲ୍ଲାର ସମସ୍ତ ବିଧାନସଭା ସିଟରେ ବିଜେଡି ବିଜୟୀ ହେବ ।"


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details