ଓଡିଶା

odisha

ETV Bharat / state

ସମ୍ବଲପୁର ମଣ୍ଡଳ କାରାଗାରରେ କର୍ମଚାରୀ ସମସ୍ୟା, ବ୍ୟବସ୍ଥାଠାରୁ ଅଧିକ ରହୁଛନ୍ତି କଏଦୀ - ସମ୍ବଲପୁର ମଣ୍ଡଳ କାରାଗାରରେ କର୍ମଚାରୀ ସମସ୍ୟା

ସମ୍ବଲପୁର ମଣ୍ଡଳ କାରାଗାରରେ କର୍ମଚାରୀ ଅଭାବ। କଏଦୀ ରହିବା କ୍ଷମତା ଠାରୁ ଅଧିକ ଅଛନ୍ତି କଏଦୀ। ଅଧିକ ପଢ଼ନ୍ତୁ

ସମ୍ବଲପୁର ମଣ୍ଡଳ କାରାଗାରରେ କର୍ମଚାରୀ ଅଭାବ
ସମ୍ବଲପୁର ମଣ୍ଡଳ କାରାଗାରରେ କର୍ମଚାରୀ ଅଭାବ

By ETV Bharat Odisha Team

Published : Sep 27, 2023, 7:26 AM IST

ସମ୍ବଲପୁର ମଣ୍ଡଳ କାରାଗାରରେ କର୍ମଚାରୀ ଅଭାବ

ସମ୍ବଲପୁର: ଜେଲରେ କର୍ମଚାରୀ ଅଭାବ । ବ୍ରିଟିଶ ଅମଳରୁ ସମ୍ବଲପୁର ସ୍ଥିତ ସମ୍ବଲପୁର ମଣ୍ଡଳ କାରାଗାର ରହିଛି । ଏଠାରେ ସ୍ୱାଧୀନତା ସଂଗ୍ରାମୀ, ବିଦ୍ରୋହୀ ଓ ଅପରାଧୀମାନଙ୍କୁ ରଖାଯାଉଥିବା ବେଳେ ବର୍ତ୍ତମାନ ଏଠାରେ ହାର୍ଡ୍‌କୋର କ୍ରିମିନାଲଠାରୁ ଆରମ୍ଭ କରି ମାଓବାଦୀମାନଙ୍କୁ ଏହି ଜେଲ୍‌ରେ ରଖାଯାଉଛି । ତେବେ ବର୍ତ୍ତମାନ ଜେଲରେ ଏହାର କ୍ଷମତାଠାରୁ ଅଧିକ କଏଦୀ ରହୁଥିବା ବେଳେ ଏଠାରେ ମାନବ ସମ୍ବଳ ବା କର୍ମଚାରୀ ସମସ୍ୟା ଦେଖା ଦେଇଛି ।

ସୂଚନା ଅନୁସାରେ, ସମ୍ବଲପୁର ମଣ୍ଡଳ କାରାଗାରରେ 704 ଜଣ କଏଦୀ ରହିବାର କ୍ଷମତା ରହିଛି । ତେବେ ବର୍ତ୍ତମାନ ଏଠାରେ 847 ଜଣ କଏଦୀ ଅଛନ୍ତି । ଅନ୍ୟପଟେ ଏହି ଜେଲ୍‌ରେ 76ଟି ଜେଲ ୱାଡର୍‌ ପଦବୀ ଥିବା ବେଳେ ବର୍ତ୍ତମାନ ଅଛନ୍ତି ମାତ୍ର 54 ଜଣ ୱାଡର । ନିୟମ ଅନୁସାରେ 6 ଜଣ କଏଦୀ ପାଇଁ ଜଣେ ୱାଡର ରହିବା କଥା କିନ୍ତୁ ଏଠାରେ ଏଭଳି ସ୍ଥିତି ନାହିଁ । ଫଳରେ ଜେଲ ପରିଚାଳନା ଅନେକ ସମସ୍ୟା ଉପୁଜୁଛି । ଅନ୍ୟପଟେ ଏଠାରେ 3ଟି ଆସିଷ୍ଟାଣ୍ଟ ଜେଲର ପଦବୀ ଥିବା ବେଳେ ବର୍ତ୍ତମାନ ଜଣେ ଆସିଷ୍ଟାଣ୍ଟ ଅଛନ୍ତି । ସେହିପରି 6ଟି ସବ-ଆସିଷ୍ଟାଣ୍ଟ ଜେଲର ପଦବୀ ଥିବା ବେଲେ ଏଠାରେ ମାତ୍ର 3 ଜଣ ଅଛନ୍ତି । ଏଭଳି ଭାବରେ କମ୍‌ କର୍ମଚାରୀଙ୍କୁ ନେଇ ଜେଲ ପରିଚାଳନା ଜାରି ରହିଛି । ତେଣୁ ରାଜ୍ୟ ସରକାର ଯଥାଶୀଘ୍ର ଜେଲ୍‌ର କ୍ଷମତା ଅନୁସାରେ ପଦବୀ ସୃଷ୍ଟି କରି ଭର୍ତ୍ତି କରିବାକୁ ଦାବି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ଆମରଣ ଅନଶନରେ ଜେଲ କର୍ମଚାରୀ, ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ଆନ୍ଦୋଳନକାରୀ

ଅନ୍ୟପକ୍ଷେ, ବର୍ତ୍ତମାନ ସାରା ରାଜ୍ୟରେ ହେଉଥିବା ଆନ୍ଦୋଳନ ପରି ସମ୍ବଲପୁର ସର୍କଲ ଜେଲ୍‌ରେ ମଧ୍ୟ ଜେଲ କର୍ମଚାରୀମାନେ ୫ ଦଫା ଦାବି ନେଇ ଶାନ୍ତିପୂର୍ଣ ଆମରଣ ଅନଶନ ଆରମ୍ଭ କରିଛନ୍ତି । ତେବେ ସେମାନଙ୍କ ଦାବି ଗୁଡିକ ହେଲା କାରାରକ୍ଷୀମାନଙ୍କ ଗ୍ରେଡ୍‌ ପେ' ବୃଦ୍ଧି କରାଯିବା, ପୁରୁଣା ପଦୋନ୍ନତି ନିୟମ 2012କୁ ଲାଗୁ କରିବା, ଉପଖଣ୍ଡ ସ୍ତରରୁ ବଦଳି ନିୟମରେ କୋହଳ କରିବା, ଖାଦ୍ୟ ଭତ୍ତା ବୃଦ୍ଧି କରିବା, ସପ୍ତମ ବେତନ କମିଶନ ଅନୁଯାୟୀ 13 ମାସିଆ ଦରମା ବୃଦ୍ଧି କରିବା । ସେପଟେ କର୍ମଚାରୀମାନେ ଗତ ୧୩ ତାରିଖରୁ କଳାବ୍ୟାଚ ପରିଧାନ କରି କାର୍ଯ୍ୟ କରୁଥିଲେ । କିନ୍ତୁ ତାଙ୍କ ଦାବି ସରକାର ନଶୁଣିବାରୁ କର୍ମଚାରୀମାନେ ଗତ ସୋମବାର ଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଏହିଭଳି ସ୍ଥିତିରେ ସମ୍ବଲପୁର ମଣ୍ଡଳ କାରାଗାରର କର୍ମଚାରୀ ସମସ୍ୟା ଜେଲ ପରିଚାଳନାରେ ବହୁ ସମସ୍ୟା ସୃଷ୍ଟି କରୁଥିବାରୁ ରାଜ୍ୟ ସରକାର ଯଥାଶୀଘ୍ର ଏହି ସବୁ ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details