ଓଡିଶା

odisha

By

Published : Jun 14, 2020, 10:14 AM IST

ETV Bharat / state

ସମ୍ବଲପୁରର 12ଟି ଆଦିବାସୀ ଆଶ୍ରମ ସ୍କୁଲକୁ ମିଳିଲା ଆଇଏସଓ ମାନ୍ୟତା

NABET ପକ୍ଷରୁ ସମ୍ବଲପୁର ଜିଲ୍ଲାର 12 ଟି ଅଦିବାସୀ ଆବାସିକ ସ୍କୁଲକୁ ମିଳିଛି ଆଇଏସଓ ମାନ୍ୟତା। ପ୍ରଥମ ଥର ସର୍ବଭାରତୀୟ ସ୍ତରରେ ଏହି ମାନ୍ୟତା ମିଳିଥିବା ବେଳେ ଜିଲ୍ଲାରେ ଆନନ୍ଦରେ ଲହରୀ ଖେଳିଯାଇଛି ।

ସମ୍ବଲପୁରର 12 ଟି ଆଦିବାସୀ ଆଶ୍ରମ ସ୍କୁଲକୁ ମିଳିଲା ଆଇଏସଓ ମାନ୍ୟତା
ସମ୍ବଲପୁରର 12 ଟି ଆଦିବାସୀ ଆଶ୍ରମ ସ୍କୁଲକୁ ମିଳିଲା ଆଇଏସଓ ମାନ୍ୟତା

ସମ୍ବଲପୁର: ନ୍ୟାସନାଲ ଆକ୍ରେଡିଟେସନ ବୋର୍ଡ ଫର ଏଜୁକେସନ ଆଣ୍ଡ ଟ୍ରେନିଂ(NABET) ପକ୍ଷରୁ ସମ୍ବଲପୁର ଜିଲ୍ଲାର 12ଟି ଆଦିବାସୀ ଆବାସିକ ସ୍କୁଲକୁ ମିଳିଛି ଆଇଏସଓ ମାନ୍ୟତା। ସର୍ବ ଭାରତୀୟ ସ୍ତରରେ ପ୍ରଥମ କରି ସମ୍ବଲପୁର ଓ କେନ୍ଦୁଝରର କେତେକ ଆବାସିକ ସ୍କୁଲକୁ ଏହି ମାନ୍ୟତା ମିଳିଛି। ସେଥିପାଇଁ ଏବେ ସମ୍ବଲପୁର ଜିଲ୍ଲାରେ ଆନନ୍ଦର ଲହରୀ ଖେଳି ଯାଇଛି ।

ସମ୍ବଲପୁରର 12 ଟି ଆଦିବାସୀ ଆଶ୍ରମ ସ୍କୁଲକୁ ମିଳିଲା ଆଇଏସଓ ମାନ୍ୟତା

ସମ୍ବଲପୁର ଜିଲ୍ଲାରେ ମୋଟ 55ଟି ଆଦିବାସୀ ସ୍କୁଲ ରହିଛି। ଏଥରୁ 48 ଟି ଆବାସିକ ଓ 7 ଟି ଅଣଆବାସିକ ସ୍କୁଲ ଅଟେ । 48 ଟି ଆବାସିକ ସ୍କୁଲରେ ମୋଟ 98 ଟି ହଷ୍ଟେଲ ରହିଛି। ପ୍ରତ୍ୟେକ ହଷ୍ଟେଲରେ 150 ରୁ 200 ଜଣ ଲେଖାଏଁ ଛାତ୍ରଛାତ୍ରୀ ରହୁଛନ୍ତି ।

ଏହି ମାନ୍ୟତା ପାଇବା ପାଇଁ ସ୍କୁଲର ପରିଚାଳନା ବ୍ୟବସ୍ଥାରେ ସ୍ଵଚ୍ଛତା, ଛାତ୍ରଛାତ୍ରୀଙ୍କ ରହିବା, ଖାଇବା, ଶିକ୍ଷା, ଖେଳକୁଦ ଆଦି ପାଇଁ ଭିତ୍ତିଭୂମି ଓ ଆନୁସଙ୍ଗିକ ବ୍ୟବସ୍ଥାକୁ ମାନଦଣ୍ଡ ଭାବେ ଗ୍ରହଣ କରାଯାଇଥାଏ । ଏହି ସବୁ ମାନ ଦଣ୍ଡରେ ସମ୍ବଲପୁରର ଏହି 12 ଟି ସ୍କୁଲ ଉତ୍ତୀର୍ଣ୍ଣ ହେବାରୁ ଏହି ସଫଳତା ମିଳିଛି ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ସୂଚନା ଦେଇଛନ୍ତି । ଦେଶରେ ପ୍ରଥମ ଥର ପାଇଁ କୌଣସି ରାଜ୍ୟର ସ୍କୁଲ ଏହି ମାନ୍ୟତା ପାଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି ।

ଗତବର୍ଷ ନଭେମ୍ବର 19 ତାରିଖରେ NABET ର ଏକ ପ୍ରତିନିଧି ଦଳ ଆସି ସମ୍ବଲପୁରର ଏହି ଆବାସିକ ସ୍କୁଲ ଗୁଡିକର ସ୍ଥିତି ପରଖି ଯାଇଥିଲେ । ଏହାପରେ ସେମାନଙ୍କ ରିପୋର୍ଟକୁ ଆଧାର କରି ଗତ ମାର୍ଚ୍ଚ ମାସରେ କୁଆଳିଟି ଅଷ୍ଟ୍ରିଆ ନାମକ ଆଉ ଏକ ଟିମ ଆସି ଏହି ଆବାସିକ ସ୍କୁଲ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରି ଆଇଏସଓ ମାନ୍ୟତା ପାଇଁ ଗ୍ରୀନ ସିଗନାଲ ଦେଇଥିଲେ। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର NABET ସହ ଏକ ଦ୍ବିପାକ୍ଷିକ ଚୁକ୍ତି ସ୍ବାକ୍ଷର କରିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details