ଓଡିଶା

odisha

ETV Bharat / state

ଇଣ୍ଟରନେଟ ସେବା ବନ୍ଦ: ସରକାରୀ କାର୍ଯ୍ୟ ପାଇଁ ବରଗଡର ସହାୟତା ଲୋଡ଼ିଲା ସମ୍ବଲପୁର - ସାମ୍ପ୍ରଦାୟିକ ହିଂସାକାଣ୍ଡ

ସମ୍ବଲପୁର ପୌରପରିଷଦର କର୍ମଚାରୀମାନେ ଅଫିସିଆଲ କାର୍ଯ୍ୟ ପାଇଁ ବରଗଡ ପୌର ପରିଷଦ କାର୍ଯ୍ୟଳୟର ସହାୟତା ଲୋଡିଛନ୍ତି । ଅଧିକ ପଢନ୍ତୁ

internet services suspended
ସମ୍ବଲପୁରରେ ବନ୍ଦ ରହିଛି ନେଟ ସେବା

By

Published : Apr 21, 2023, 11:02 AM IST

ସମ୍ବଲପୁରରେ ବନ୍ଦ ରହିଛି ନେଟ ସେବା

ବରଗଡ: ଇଣ୍ଟରନେଟ୍ ଆସୁନଥିବା ସମ୍ବଲପୁର ବର୍ଡରରେ ଲାଗୁଛି ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ଭିଡ । ସେହିପରି ସମ୍ବଲପୁର ପୌରପରିଷଦର କର୍ମଚାରୀମାନେ ମଧ୍ୟ ଅଫିସିଆଲ କାର୍ଯ୍ୟ ପାଇଁ ବରଗଡ ପୌର ପରିଷଦ କାର୍ଯ୍ୟାଳୟର ସହାୟତା ଲୋଡିଛନ୍ତି । ସାମ୍ପ୍ରଦାୟିକ ହିଂସାକାଣ୍ଡ କାରଣରୁ ସମ୍ବଲପୁର ଜିଲ୍ଲାରେ କର୍ଫ୍ୟୁ ଏବଂ ଇଣ୍ଟରନେଟ ସେବାକୁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ବନ୍ଦ କରିଦେଇଛି । ଦୀର୍ଘ 8 ଦିନ ଧରି ଇଣ୍ଟରନେଟ ସେବା ସମ୍ବଲପୁରରେ ଠପ ହୋଇପଡିଥିବା ବେଳେ ସମସ୍ତ ସରାକାରୀ ଓ ବେସରକାରୀ କାର୍ଯ୍ୟଳୟ ମାନଙ୍କରେ ଜରୁରୀ କାଳୀନ କାମ ଗୁଡିକ ପଡିରହିଛି ।

ଆଜିର ଡିଜିଟାଲ ଯୁଗରେ ଇଣ୍ଟରନେଟ ବିନା ଲୋକେ ଚାଲିବା ଅସମ୍ଭବ ପରି ହୋଇଯାଇଛି । ତେବେ ସମ୍ବଲପୁର ଜିଲ୍ଲାରୁ ବରଗଡ ରାସ୍ତାକୁ ଲୋକେ ଧାଇଁ ଆସୁଛନ୍ତି ଇଣ୍ଟରନେଟର ସୁବିଧା ଉଠାଇବା ପାଇଁ । ଛାତ୍ରଛାତ୍ରୀ ମାନଙ୍କର ପାଠ ପଢା ଠାରୁ ଆରମ୍ଭ କରି ବେସରକାରୀ କାର୍ଯ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟ ସବୁ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସମ୍ବଲପୁରବାସୀ । ଏନେଇ ସମ୍ବଲପୁରରୁ ବରଗଡ ରାସ୍ତାରେ 30 କିଲୋମିଟର ଆସିଲେ ଇଣ୍ଟରନେଟ ସେବା ମିଳିଯାଉଥିବା ବେଳେ ବରଗଡ ଜିଲ୍ଲାର ସୀମାନ୍ତ ହୋଟେଲ ମାନଙ୍କରେ ସମ୍ବଲପୁରବାସୀଙ୍କ ଗହଳି ଲାଗି ରହିଛି ।

ଏହା ମଧ୍ୟ ପଢନ୍ତୁ-Skill Conclave 2023: ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶରେ ନୂଆ ସମ୍ଭାବନା ସୃଷ୍ଟି କରିବ କହିଲେ ନବୀନ

ଏହା ମଧ୍ୟ ପଢନ୍ତୁ-'ଓଡ଼ିଶାରେ ଦକ୍ଷତା କେବଳ ତାଲିମ ନୁହେଁ, ଜୀବନକୁ ବଦଳାଇବାର ଏହା ଏକ ମିଶନ'

ସମ୍ବଲପୁର ସ୍ଥିତି ସୁଧାର କରିବା ପାଇଁ ପ୍ରଶାସନ ତରଫରୁ କର୍ଫ୍ୟୁ ଜାରି ରହିଛି । ଅନ୍ୟପଟେ କୌଣସି ଅପ୍ରିତିକର ଘଟଣା ନ ଘଟେ ସେ ନେଇ ପ୍ରଶାସନ ତରଫରୁ ନେଟ ସେବାକୁ ବନ୍ଦ କରାଯାଇଛି । ଏବେ ଡିଜିଟାଲ ଯୁଗରେ କୌଣସି କାମ କରିବାକୁ ଗଲେ ପ୍ରାୟ ସମସ୍ତେ ଇଣ୍ଟରନେଟ ସହାୟତାରେ ଲୋଡିଥାନ୍ତି । ମାତ୍ର ସମ୍ବଲପୁରରେ ଇଣ୍ଟରନେଟ ସେବା ବନ୍ଦ ରହିବା ଦ୍ବାରା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ । ଯଦ୍ବାରା କୌଣସି ଅଫିସରେ ଠିକ ଭାବେ କାମ ହେଉନି ଫଳରେ ବରଗଡ ଜିଲ୍ଲା ସହଯୋଗରେ ଏବେ ସମ୍ବଲପୁର ଜିଲ୍ଲା ବାସୀ ।

ଇଣ୍ଟରନେଟ ବନ୍ଦ ଥିବା ଯୋଗୁଁ ସମ୍ବଲପୁର ପୌରପରିଷଦର ଅଧିକାରୀ ମାନେ ନିଜ ଅଫିସ କାମ ନ କରିପାରି ଇଣ୍ଟରନେଟ ସୁବିଧା ପାଇବା ପାଇଁ ବରଗଡ ପୌରପରିଷଦ କାର୍ଯ୍ୟାଳୟକୁ ଧାଇଁ ଆସୁଛନ୍ତି । ସେହିପରି ବରଗଡ ପୌରପରିଷଦ ତରଫରୁ ମଧ୍ୟ ଇଣ୍ଟରନେଟ ସୁବିଧା ଦେବା ସହିତ ତାଙ୍କ ପାଇଁ ସ୍ୱତନ୍ତ୍ର ଗୋଟିଏ ଅଫିସର ବ୍ୟବସ୍ଥା କରାଯାଇଛି । ସୂଚନା ଥାଉକି, ଗତକାଲିଠୁ ସମ୍ବଲପୁରରେ 48 ଘଣ୍ଟା ପାଇଁ ବନ୍ଦ ରହିଛି ଇଣ୍ଟରନେଟ ସେବା ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details