ଓଡିଶା

odisha

ETV Bharat / state

ନିର୍ବାଚନ ପୂର୍ବରୁ ଦିଗହରା ସମ୍ବଲପୁର ଜିଲ୍ଲା କଂଗ୍ରେସ, ପଦାରେ ପଡ଼ିଲା ଦଳର ଅନ୍ତଃକଳହ - ସମ୍ବଲପୁର ଜିଲ୍ଲା କଂଗ୍ରେସ ଅନ୍ତଃକନ୍ଦଳ

Infighting in Sambalpur District Congress Team: ପଦାରେ ପଡିଛି ସମ୍ବଲପୁର ଜିଲ୍ଲା କଂଗ୍ରେସରେ ଥିବା ଫାଟ । ନେତାଙ୍କ ମଧ୍ୟରେ ରହୁନି ତାଳମେଳ । ଦଳରେ ଚାଲିଛି ଅନ୍ତଃକଳହ । ଅଧିକ ପଢ଼ନ୍ତୁ

ସମ୍ବଲପୁର ଜିଲ୍ଲା କଂଗ୍ରେସ
ସମ୍ବଲପୁର ଜିଲ୍ଲା କଂଗ୍ରେସ

By ETV Bharat Odisha Team

Published : Dec 23, 2023, 10:21 PM IST

ସମ୍ବଲପୁର ଜିଲ୍ଲା କଂଗ୍ରେସ

ସମ୍ବଲପୁର:ପଦାରେ ପଡିଛି ସମ୍ବଲପୁର ଜିଲ୍ଲା କଂଗ୍ରେସରେ ଥିବା ଫାଟ । ପୂର୍ବରୁ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଥିବା ରେଢ଼ାଖୋଲର କଂଗ୍ରେସ ବିଧାୟକ ପ୍ରାର୍ଥୀ ଆସଫ ଅଲ୍ଲୀ ଖାଁ ନଟକୀୟ ଭାବେ ନିଜର ଇସ୍ତପା ଦେଇଥିବା ବେଳେ ବର୍ତ୍ତମାନ କଂଗ୍ରେସ ଦଳର ରାଜ୍ୟ ସଂଖ୍ୟାଲଘୁ ସେଲର ପୂର୍ବତନ ସାଧାରଣ ସମ୍ପାଦକ ନିଖତ ପରୱିନ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହିଭଳି ସ୍ଥିତିରେ ସମ୍ବଲପୁର ଜିଲ୍ଲା କଂଗ୍ରସରେ ଥିବା ଅନ୍ତଃକଳହ ପଦାରେ ପଡିଯାଇଛି । ଏହିଭଳି ସ୍ଥିତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ଥିବା କୁଚିଣ୍ଡାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ ଦଳକୁ ଅନୁଶାସିତ ଓ ସଂଗଠିତ କରିବାରେ ବିଫଳ ହୋଇଥିବା ପରିଲକ୍ଷିତ ହେଉଛି ।

ତେବେ କଂଗ୍ରେସ ନେତ୍ରୀ ନିଖତ ପରୱିନଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲାରେ ପୂର୍ବତନ ଜିଲ୍ଲା ସଭାପତି ଅସଫ ଅଲ୍ଲୀ ଖାଁ ଗିରଫ ହୋଇ କୋର୍ଟ ଚଲାଣ ହୋଇଥିବା ବେଳେ ଜିଲ୍ଲା କଂଗ୍ରେସ ଏହି ମାମଲାରେ ଏହା ଉଭୟ ନେତାଙ୍କ ବ୍ୟକ୍ତଗତ ବ୍ୟାପାର ବୋଲି କହିଛି । ସେପଟେ ଏହି ଗିରଫଦାରୀ ଫଳରେ ଅସଫ ଅଲ୍ଲୀ ଖାଁଙ୍କ ରାଜନୈତିକ କ୍ୟାରିୟର ବହୁ ମାତ୍ରାରେ ପ୍ରଭାବିତ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ଆସଫ ଅଲ୍ଲୀ ଖାଁ ଜଣେ ଭଲ ସଂଗଠକ ହୋଇଥିବା ବେଳେ ଜିଲ୍ଲାର ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ତାଙ୍କର ଭଲ ଦବଦବା ରହିଛି । ତେଣୁ ଆଗାମୀ ନିର୍ବାଚନରେ ଏହା କଂଗ୍ରେସ ପାଇଁ ହାନୀକାରକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ଦିଗହରା ଓ ନେତୃତ୍ୱ ବିହୀନ ପରି ଲାଗୁଛି ସମ୍ବଲପୁର ଜିଲ୍ଲା କଂଗ୍ରେସ । ଗତ କିଛି ମାସ ପୂର୍ବରୁ ରେଢ଼ାଖୋଲର 3 ଥରର କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ସମ୍ବଲପୁରର ବରିଷ୍ଠ କଂଗ୍ରେସ ନେତା ଆସଫ ଅଲ୍ଲୀ ଖାଁଙ୍କୁ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି କରାଯାଇଥିଲା । ସେତେବେଳେ ସେ ସମ୍ବଲପୁରର ବିଭିନ୍ନ ସମସ୍ୟା ନେଇ କଂଗ୍ରେସକୁ ସଂଗଠିତ କରି ବିଭିନ୍ନ ଆନ୍ଦୋଳନ କରି ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବାକୁ ଚେଷ୍ଟା କରିଥିଲେ । ତେବେ ଗତ କିଛି ମାସ ପରେ ଦଳୀୟ ଆନ୍ତଃକଳହ ଯୋଗୁଁ ସେ ନାଟକୀୟ ଭାବେ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଏହାପରେ କୁଚିଣ୍ଡାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କୁ ଜିଲ୍ଲା କଂଗ୍ରେସ ସଭାପତି କରା ଯାଇଥିଲା । ତେବେ ସେ ଜିଲ୍ଲା କଂଗ୍ରେସର ସ୍ଥିତିକୁ ସମ୍ଭାଳିବାରେ ବିଫଳ ହୋଇଥିବା ଚର୍ଚ୍ଚା ହେଉଛି । ଫଳରେ ଦଳୀୟ ଅନ୍ତଃକଳହ ବୃଦ୍ଧି ପାଇବାରେ ଲାଗିଲା ।

ଏହା ମଧ୍ୟ ପଢ଼ନ୍ତୁ....ସମ୍ବଲପୁରରେ କଂଗ୍ରେସର ସଂକୀର୍ତନ ସତ୍ୟାଗ୍ରହ

ଗତ 16 ତାରିଖରେ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତ୍ରୀ ସୂତାପା ମିତ୍ର ଅନ୍ୟ ଜଣେ କଂଗ୍ରେସ ନେତ୍ରୀ ନିଖତ ପରୱିନ ଓ ଅନ୍ୟ କିଛି ନେତା ନେତ୍ରୀଙ୍କ ନାଁରେ ଗାଳି ଗୁଲଜ କରିବା ଓ ଜୀବନରୁ ମାରିଦେବାର ଧମକ ଅଭିଯୋଗ କରି ଟାଉନ ଥାନାରେ ଏତଲା ଦେଇଥିଲେ । ଏହାପରେ 21 ତାରିଖରେ କଂଗ୍ରେସ ନେତ୍ରୀ ନିଖତ ପରୱିନ ନିଜ ଘରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ସେ ପୂର୍ବତନ ଜିଲ୍ଲା ସଭାପତି ତାଙ୍କୁ ବଦନାମ କରିଥିବାରୁ ଏହି ପଦକ୍ଷେପ ନେଇଥିବା କ୍ଷେତରାଜପୁର ଥାନାରେ ଏତଲା ଦେଇଥିଲେ । ଏହି ମାମଲାରେ ଅସଫ ଅଲ୍ଲୀ ଖାଁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ତେବେ ଏହି ପ୍ରକରଣରେ ଜିଲ୍ଲା କଂଗ୍ରେସ ନିଜ ପର ଝାଡ଼ିଦେବା ସହ ନିଜକୁ ଦୁରେଇ ରଖିଛି । ବର୍ତ୍ତମାନର ଜିଲ୍ଲା କଂଗ୍ରେସ ସଭାପତି ରାଜେନ୍ଦ୍ର ଛତ୍ରିଆ ଏହି ମାମଲାକୁ ଉଭୟଙ୍କ ବ୍ୟକ୍ତିଗତ ବ୍ୟାପାର ବୋଲି ସଫା ସଫା କହିଛନ୍ତି । ଏହି ମାମଲାରେ ଜିଲ୍ଲା ସ୍ତରୀୟ ଏକ କମିଟି ଗଠନ ହେବ ଓ ସମ୍ବଲପୁର ଏସପିଙ୍କୁ ଭେଟାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ରାଜେନ୍ଦ୍ର ଛତ୍ରିଆ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details