ଓଡିଶା

odisha

ETV Bharat / state

ବଦଳିଛି ମାନସିକତା, ବଢୁଛି କୁମ୍ଭାର ତିଆରି ଦୀପର ଚାହିଦା - ମାନସିକତାରେ ପରିବର୍ତ୍ତନ

ମାନସିକତାରେ ପରିବର୍ତ୍ତନ ଯୋଗୁଁ ସାଧାରଣ ଲୋକେ ହାତ ତିଆରି ଦୀପକୁ ଆପଣାଇଛନ୍ତି । ସମ୍ବଲପୁରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଗକୁ ପଢନ୍ତୁ....

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Oct 27, 2019, 12:53 AM IST

Updated : Oct 27, 2019, 9:38 AM IST

ସମ୍ବଲପୁର: ବଦଳିଛି ସମୟ ଆଉ ବଦଳିଛି ମାନସିକତା । ଏବେ ଦୀପାବଳୀରେ ଆଉ ଚାଇନାର ଫ୍ୟାନ୍ସି ଦୀପ ମୁହାଁ ହେଉନାହାନ୍ତି ଲୋକେ । ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ହାସଟ୍ୟାଗ ପିକେଡି ବା ପଟର୍ସ କି ଦିୱାଲି । ଅର୍ଥାତ ଏଥର ଦୀପାବଳୀରେ କୁମ୍ଭକାରଙ୍କ ଦ୍ବାରା ତିଆରି ଦୀପ କିଣନ୍ତୁ ଯେପରି ସେମାନେ ନିଜର ଦିୱାଲୀ ପାଳନ କରିପାରିବେ । ସେହିପରି କୁମ୍ଭକାର ମଧ୍ୟ ବିଭିନ୍ନ ପ୍ରକାରର ମାଟିଦୀପ ସହ ବଜାରରେ ନିଜ ଉପସ୍ଥିତି ଜାହିର କରିଛି । ଦୀପର ଚାହିଦା ବୃଦ୍ଧି ପାଇଁ ସମ୍ବଲପୁରର କୁମ୍ଭାର ସାହିରେ ଭିଡ ଜମୁଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ବଜାର ଚାହିଦାକୁ ଲକ୍ଷ୍ୟ ରଖି କୁମ୍ଭକାର ମଧ୍ୟ ସାଧାରଣ ଦୀପ ସହ ରଙ୍ଗବେରଙ୍ଗ ଡିଜାଇନ ଦୀପର ପସରା ମେଲାଇଛି । ପୂର୍ବରୁ କେବଳ ସାଧାରଣ ଦୀପ ତିଆରି ହେଉଥିବା ବେଳେ ଏଥର ବଜାରରେ ଗ୍ରହଣୀୟତାକୁ ଦୃଷ୍ଟିରେ ରଖି ଡିଜାଇନ ଦୀପ ତିଆରି କରିଛି । ବର୍ତ୍ତମାନ ସ୍ବଦେଶୀ ଜାଗରଣର ବାର୍ତ୍ତା ସୋସିଆଲ ମିଡିଆରେ ଘୁରି ବୁଲୁଥିବାରୁ ଲୋକଙ୍କ ମାନସିକତା ବଦଳିଛି ଓ ସମସ୍ତେ କୁମ୍ଭାର ତିଆରି ଦୀପ କିଣୁଥିବା ଦୀପ ନିର୍ମାତା ସୁଶାନ୍ତ ରଣା କହିଛନ୍ତି ।

ହାତ ତିଆରି ମାଟି ଦୀପ ଦ୍ବାରା ସ୍ଥାନୀୟ ନିର୍ମାତା ଓ ଛୋଟ ବ୍ୟବସାୟୀ ଲାଭବାନ ହେବେ ବୋଲି ଦୀପ କିଣୁଥିବା ଗ୍ରାହକ ପ୍ରକାଶ କରିଛନ୍ତି । ଅନ୍ୟପଟେ ସମ୍ବଲପୁରର କିଛି ଯୁବକ ସୋସିଆଲ ମିଡ଼ିଆରେ ଏଥରର ଦୀପାବଳୀକୁ 'ପଟର୍ସ କି ଦିୱାଲି' ବୋଲି ଲେଖି ସଚେତନତା କରୁଛନ୍ତି । ଏହା ଦ୍ବାରା କିଛି ଲୋକ ସଚେତନ ହେଉଥିବା ସ୍ବେଚ୍ଛାସେବୀ ରାହୁଲ ମୋଦକ କହିଛନ୍ତି।

ବିଗତ 2 ଦଶନ୍ଧି ଧରି ଚାଇନା ଦୀପର ଉପସ୍ଥିତି ରହିଥିଲା ବେଳେ ବର୍ତ୍ତମାନ ମାନସିକତାରେ ପରିବର୍ତ୍ତନ ଯୋଗୁଁ ସାଧାରଣ ଲୋକେ ହାତ ତିଆରି ଦୀପକୁ ଆପଣାଇଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Last Updated : Oct 27, 2019, 9:38 AM IST

ABOUT THE AUTHOR

...view details