ଓଡିଶା

odisha

ETV Bharat / state

ବନ୍ଦ କୋଠରୀରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର - ମହିଳାଙ୍କ ଗଳିତ ଶବ ଉଦ୍ଧାର

ସମ୍ବଲପୁର ସହର ମୁଦିପଡାର ପାଣିଟାଙ୍କି ପଡାରେ ଥିବା ଏକ ବନ୍ଦ ଘରୁ ଦୁର୍ଗନ୍ଧ ବାହାରିବା ଘଟଣା । ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ବନ୍ଦ କୋଠରୀର ତାଲା ଭାଙ୍ଗି ଉଦ୍ଧାର କରାଯାଇଛି ମହିଳାଙ୍କ କ୍ଷତବିକ୍ଷତ ଗଳିତ ଶବ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ସମ୍ବଲପୁର

By

Published : Nov 15, 2019, 8:17 AM IST

Updated : Nov 15, 2019, 1:54 PM IST

ସମ୍ବଲପୁର: ଜିଲ୍ଲାର ଟାଉନ ଥାନା ଅଧିନସ୍ଥ ପାଣିଟାଙ୍କି ପଡାରେ ଥିବା ଏକ ଘରୁ ଦୁର୍ଗନ୍ଧ ବାହାରିବା ଘଟଣା । ଶୁକ୍ରବାର ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି ।

ସମ୍ବଲପୁର ପୋଲିସ ଓ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ବନ୍ଦ କୋଠରୀର ତାଲା ଭାଙ୍ଗି ଭିତରୁ ଏକ ମହିଳାଙ୍କ କ୍ଷତବିକ୍ଷତ ଗଳିତ ଶବ ଉଦ୍ଧାର କରାଯାଇଛି । ମହିଳା ଜଣକୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ତାଙ୍କ ସ୍ଵାମୀ ଓ 4 ବର୍ଷ ର ଶିଶୁ ନିଖୋଜ ଥିବା ପୋଲିସ କହିଛି। ଘର ମାଲିକଙ୍କ ପାଖରୁ ମଧ୍ୟ କିଛି ତଥ୍ୟ ମିଳିପାରି ନାହିଁ।

ବନ୍ଦ କୋଠରୀରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର

ସୂଚନା ଅନୁଯାୟୀ ସମ୍ବଲପୁର ସହର ମୁଦିପଡାର ପାଣିଟାଙ୍କି ପଡାରେ ଏ ଘର ରହିଛି। ଘରର ବାହାର ପଟୁ ତାଲା ଝୁଲୁଥିବା ବେଳେ, ଭିତରୁ ଦୁର୍ଗନ୍ଧ ଆସିବା ଯୋଗୁଁ ଲୋକଙ୍କ ମନ ଭିତରେ ସନ୍ଦେହ ସୃଷ୍ଟି ହୋଇଥିଲା। ଗତକାଲି ବିଳମ୍ବିତ ରାତ୍ରୀରେ ପୋଲିସକୁ ଏନେଇ ଖବର ମିଳିଥିଲା। ସମ୍ପୃକ୍ତ ଘର ମାଲିକ ଏଠାରେ ରହୁ ନଥିବାରୁ ତାଙ୍କୁ ଘଟଣା ବାବଦରେ ଜଣାଇଥିଲା ପୋଲିସ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏଠାରେ ଜଣେ ଶ୍ରମିକ ଶ୍ରେଣୀର ଦମ୍ପତ୍ତି ତାଙ୍କର 4 ବର୍ଷର ଶିଶୁ ସହ ରହୁଥିଲେ। ଗତ ମଙ୍ଗଳବାର ରାତିରେ ସେହି ଦମ୍ପତ୍ତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେବେ ଠାରୁ ଏ ଘରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Nov 15, 2019, 1:54 PM IST

ABOUT THE AUTHOR

...view details