ସମ୍ବଲପୁର: କୋରୋନାର ଦ୍ଵିତୀୟ ଲହରୀର ପ୍ରଭାବରେ ବର୍ତ୍ତମାନ ସାରା ରାଜ୍ୟରେ କୋରୋନା ତାର କାୟା ବିସ୍ତାର କରିଚାଲିଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ସପ୍ତାହନ୍ତ ସଟଡାଉନ ଓ ଲକ ଡାଉନ ଜାରି ରଖିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି।ସମ୍ବଲପୁର ଜିଲ୍ଲା ପରିପ୍ରେକ୍ଷୀରେ ନଜର ପକେଇଲେ ଜିଲ୍ଲାରେ ବର୍ତ୍ତମାନ ଦୈନିକ 500 ସଂକ୍ରମିତ ଚିହ୍ନଟ ହେଉଛନ୍ତି।
ସମ୍ବଲପୁର ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ, ସାମିଲ ହେଲେ ଜିଲ୍ଲାର 4 ବିଧାୟକ - ସମ୍ବଲପୁର ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହେଲେ ଜିଲ୍ଲାର 4 ବିଧାୟକ
ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର ଜିଲ୍ଲାର 4 ବିଧାୟକ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ଭର୍ଚୁଆଲ ମିଟିଂ ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ବଢୁଥିବା କୋଭିଡ ସଂକ୍ରମଣ ଓ ଏହାର ମୁକାବିଲା ନେଇ ବୈଠକରେ ଆଲୋଚନା ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ....
ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁର, ବୁର୍ଲା ସହ କୁଚିଣ୍ଡା ଓ ରେଢ଼ାଖୋଲରେ ଉଭୟ ସରକାରୀ ଓ ଘରୋଇ କୋଭିଡ ହସ୍ପିଟାଲର ବ୍ୟବସ୍ଥା କରାଯାଇଛି।ଏହା ସହ ପ୍ରତ୍ୟେକ ବ୍ଲକରେ କୋଭିଡ କେୟାର ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯାଇଛି। ତେବେ ବିଭିନ୍ନ ସମୟରେ କେତେକ ଅଞ୍ଚଳରୁ କୋଭିଡ ରୋଗୀଙ୍କ ସେବାରେ ଅବହେଳା ହେଉଥିବା ଖବର ନଜରକୁ ଆସିବା ପରେ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର ଜିଲ୍ଲାର 4 ଜଣ ବିଧାୟକ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ
ଭରଚୁଆଲ ମିଟିଂ ଅନୁଷ୍ଠିତ ହୋଇଛି।
ଏହି ମିଟିଂରେ ବିଧାୟକମାନଙ୍କ ଠାରୁ କୋଭିଡ ପରିଚାଳନା ନେଇ ପ୍ରସ୍ତାବ ଗ୍ରହଣ କରାଯାଇଛି। ବିଧାୟକମାନେ ବ୍ଲକ ସ୍ତରରେ କୋଭିଡ ରୋଗୀଙ୍କ ସେବାର ସୁବିଧା ବଢ଼େଇବା, ପର୍ଯ୍ୟାପ୍ତ ଅକ୍ସିଜେନ ସିଲିଣ୍ଡରର ଉପଲବ୍ଧତା ଉପରେ ଗୁରୁତ୍ୱ ଦେବା ସହ କୋଭିଡ ପରୀକ୍ଷାର ସଂଖ୍ୟା ବଢ଼େଇବା ଓ ଜିଲ୍ଲାରେ ଟୀକାକରଣର ଅସୁବିଧା ଯେପରି ନହୁଏ ସେନେଇ ପ୍ରସ୍ତାବ ଦେଇଥିବା ସୁଚନା ମିଳିଛି।ଏହି ବୈଠକରେ ରେ ସମ୍ବଲପୁର ଜିଲ୍ଲାପାଳଙ୍କ ବ୍ୟତୀତ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକ, କୁଚିଣ୍ଡା ବିଧାୟକ କିଶୋର ନାଏକ ଓ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଓ ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀ ଯୋଗ ଦେଇଥିଲେ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ