ସମ୍ବଲପୁର: ଆଜି ଠାରୁ ଦୁଇ ଦିନିଆ ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି ଏକାଧିକ କେନ୍ଦ୍ରୀୟ ବାଣିଜ୍ୟ ସଂଗଠନ । କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ଏକାଧିକ ଆର୍ଥିକ ନୀତି ବ୍ୟାଙ୍କିଂ କ୍ଷେତ୍ର ଓ ଏହାର କର୍ମଚାରୀଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗରେ ଏହି ବନ୍ଦ ପାଳନ କରାଯିବା ନେଇ ଡାକରା ଦେଇଛନ୍ତି ଏକାଧିକ ସଂଗଠନ । ଏହାର ଆଶିଂକ ପ୍ରଭାବ ସମ୍ବଲପୁରରେ ମଧ୍ୟ ଦେଖିବାକୁ ମିଳିଛି ।
କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ, 4ଟି ନୂତନ ଶ୍ରମ କୋଡ଼କୁ ବାତିଲ, ଚାଷୀ ସମସ୍ୟାର ସମାଧାନ, ମାସିକ ସର୍ବନିମ୍ନ ମଜୁରୀ 26 ହଜାର ଟଙ୍କା କରିବା, ଘରୋଇକରଣ ଏବଂ ଠିକାଦାରୀ ପ୍ରଥା ଉଚ୍ଛେଦ,ଦରଦାମ ଓ ବେକାରୀ ସମସ୍ୟାର ସମାଧାନ ଆଦି ପ୍ରମୁଖ ଦାବି ନେଇ ଆଜି ଟ୍ରେଡ଼ ୟୁନିୟନ ସଙ୍ଘ ଗୁଡ଼ିକର ସଦସ୍ୟ ମାନେ ପୋଷ୍ଟର ବ୍ୟାନର ଧରି ବିଭିନ୍ନ ସ୍ଥାନରେ ପିକେଟିଂ କରି ଧର୍ମଘଟକୁ ସଫଳ କରିବାକୁ ପ୍ରୟାସ କରିଥିଲେ ।