ସମ୍ବଲପୁର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଅପରାଧିକ କାର୍ଯ୍ୟକଳାପ । ବର୍ତ୍ତମାନର ଯୁବପିଢ଼ି ଧୀରେ ଧୀରେ ଅପରାଧିକ ମାମଲା ଅଧିକ ଘଟାଉଥିବା ଜଣାପଡିଛି । ଏହିପରିପ୍ରେକ୍ଷୀରେ ଗତକାଲି(ମଙ୍ଗଳବାର) ଜିଲ୍ଲାର ଜଣେ ଯୁବକକୁ ଗିରଫ କରିଛି ଗୋବିନ୍ଦପୁର ଥାନା ପୋଲିସ ।
ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲାର ବାମରା, ଗୋବିନ୍ଦପୁର ଥାନା ଅଞ୍ଚଳରେ ବେଆଇନ ଭାବରେ ଦେଶୀ ବନ୍ଧୁକ କାରବାର ଉପରେ ତୀକ୍ଷ୍ଣ ନଜର ରଖିଥିଲା ପୋଲିସ । ଏନେଇ ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ ନିଜ ଘରେ ବେଆଇନ ଭାବରେ ଦେଶୀ ବନ୍ଧୁକ ରଖିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।