ଓଡିଶା

odisha

By

Published : Jun 19, 2022, 4:13 PM IST

ETV Bharat / state

ଅସୁସ୍ଥ ପୋଖରୀରେ ଫସିଥିବା ଦନ୍ତା, ଚାଲିଛି ଚିକିତ୍ସା

ସମ୍ବଲପୁର ପଡ଼ିଆବହାଲ ରେଞ୍ଜ ସାପଲହରା ଗାଁର ଏକ ପୋଖରୀରେ ଅସୁସ୍ଥ ହୋଇ ପଡିରହିଥିବା ଦନ୍ତା ହାତୀର ଚିକତ୍ସା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ପୋଖରୀରେ ପଡିଥିବା ଦନ୍ତାର ଚିକିତ୍ସା ଜାରି
ପୋଖରୀରେ ପଡିଥିବା ଦନ୍ତାର ଚିକିତ୍ସା ଜାରି

ସମ୍ବଲପୁର: ଆଜିକୁ ୩ ଦିନ ହେବ ସମ୍ବଲପୁର ପଡ଼ିଆବହାଲ ରେଞ୍ଜ ସାପଲହରା ଗାଁର ଏକ ପୋଖରୀରେ ଅସୁସ୍ଥ ହୋଇ ପଡିରହିଥିବା ଦନ୍ତା ହାତୀର ଚିକତ୍ସା ଆରମ୍ଭ ହୋଇଛି । ଏହାସହ ଆଜି(ରବିବାର) ହାତୀକୁ ବନ ବିଭାଗର କର୍ମଚାରୀ ପୋଖରୀର ଗଭୀର ଜଳରୁ କୂଳକୁ ଆଣିଛନ୍ତି ।

ଅସୁସ୍ଥତା ଯୋଗୁଁ ଦନ୍ତା ହାତୀଟି ଗତ ଗୁରୁବାର ରାତ୍ରୀରୁ ପୋଖରୀରୁ ବାହାରିପାରୁନଥିଲା । ଆଜି ଭୁବନେଶ୍ୱର OUATର ପ୍ରଫେସର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଦଳ ସାପଲହରା ଗାଁକୁ ଆସି ଚିକିତ୍ସା ଆରମ୍ଭ କରିଛି । ଏହାସହ ନନ୍ଦନକାନନ ଓ ସାତକୋଶିଆର ଟିମ ଓ ସମ୍ବଲପୁର ବୁର୍ଲାର ସ୍ୱତନ୍ତ୍ର ଟିମ ଆସି ଚିକିତ୍ସା ଆରମ୍ଭ କରିଛନ୍ତି । ଆଜି ରଶି ସାହାଯ୍ୟରେ ଦନ୍ତାକୁ ପୋଖରୀ କୂଳକୁ ଅଣାଯାଇ ସ୍ଲାଇନ ଲଗାଯାଇ ଚିକିତ୍ସାକୁ ତ୍ୱରାନ୍ୱିତ କରାଯାଇଛି ।

ପୋଖରୀରେ ପଡିଥିବା ଦନ୍ତାର ଚିକିତ୍ସା ଜାରି

ଅନ୍ୟପଟେ ହାତୀର ଚିକିତ୍ସାରେ ଗ୍ରାମବାସୀ ମାନେ ମଧ୍ୟ ବନ ବିଭାଗକୁ ସହଯୋଗ କରୁଛନ୍ତି । ତେବେ ହାତୀ ପୋଖରୀରେ ଥିବା ପର୍ଯ୍ୟନ୍ତ ଗ୍ରାମବାସୀଙ୍କୁ ପୋଖରୀକୁ ନପଶିବାକୁ କୁହାଯାଇଛି । ସମ୍ବଲପୁର ବନଖଣ୍ଡ ଡିଏଫଓଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚିକିତ୍ସା ଜାରି ରହିଛି । ସବୁଠାରୁ ବଡ଼ କଥା ହେଲା ହାତୀର ସମ୍ମୁଖ ଡାହାଣ ପଟ ଗୋଡ଼ରେ ଆଘାତ କେଉଁ କାରଣରୁ ଲାଗିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ତେବେ ହାତୀ-ହାତୀ ମଧ୍ୟରେ ଲଢେ଼ଇର ଏହି ଆଘାତ ଲାଗିଥିବା ଅନୁମାନ କରାଯାଉଛି ।

ଗତ ୨ ତାରିଖରେ ଏହି ଆହତ ଦନ୍ତାକୁ OUAT ଟିମ ଆସି ଚିକିତ୍ସା କରିଥିଲା । ତେବେ ପ୍ରଥମେ ଦନ୍ତାର ସ୍ବାସ୍ଥ୍ୟରେ ସୁଧାର ଆସିଥିବା ସତ୍ତ୍ୱେ, ପରେ ସେ ଆଣ୍ଟିବାୟୋଟିକ ଗ୍ରହଣ କରୁନଥିବାରୁ ଆହୁରି ଅସୁସ୍ଥ ହୋଇପଡିଥିବା OUAT ଟିମ ସୂଚନା ଦେଇଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details