ସମ୍ବଲପୁର: ସମ୍ବଲପୁର ଟାଉନ ଥାନା ପୋଲିସ ଦ୍ୱାରା ବିପୁଳ ପରିମାଣର ବେଆଇନ କଫ ସିରପ ଓ ନିଶା ଟାବଲେଟ ଜବତ । ଏହି ବେଆଇନ କଫ ସିରପ ଓ ନିଶା କାରବାର ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ମୁଖ୍ୟ ଅଭିଯୁକ୍ତଙ୍କ ସହ 4 ଜଣଙ୍କୁ ଗିରଫ କରିଛି ।
ବେଆଇନ କଫ ସିରପ ଜବତ: ମୁଖ୍ୟ ଅଭିଯୁକ୍ତ ସହ 4 ଗିରଫ - ସମ୍ବଲପୁର କଫ ସିରଫ ଓ ନିଶା ଟେବଲେଟ ଜବତ
ସମ୍ବଲପୁର ଟାଉନ ଥାନା ପୋଲିସ ଦ୍ୱାରା ବିପୁଳ ପରିମାଣର ବେଆଇନ କଫ ସିରପ ଓ ନିଶା ଟାବଲେଟ ଜବତ । ଏହି ବେଆଇନ କଫ ସିରଫ ଓ ନିଶା କାରବାର ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ମୁଖ୍ୟ ଅଭିଯୁକ୍ତଙ୍କ ସହ 4 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...
ବେଆଇନ କଫ ସିରଫ ଓ ନିଶା ଟେବଲେଟ ଜବତ
ଏମାନଙ୍କ ଠାରୁ 183 ବୋତଲ ଲୁଜ କଫ ସିରପ, 250 ବୋତଲ ସିଲଡ଼ କଫ ସିରପ, 40ଟି ନିଶା ବଟିକା, 3ଟି ମୋବାଇଲ ଓ 3ଟି ମୋଟର ସାଇକେଲ ଜବତ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ବିରୁଦ୍ଧରେ NDPS ଧାରା ଅନୁସାରେ ମାମଲା ରୁଜୁ ହୋଇଥିବା ଏସପି କହିଛନ୍ତି । ଏହାସହ ଗତ 22-12-2020ରେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ପିଣ୍ଡା ପଥର ଅଞ୍ଚଳରେ ହୋଇଥିବା ଡକାୟତି ଘଟଣାରେ 2 ଜଣ ଡକାୟତକୁ ଗିରଫ କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ