ସମ୍ବଲପୁର: ସମ୍ବଲପୁର ଆଇଆଇଏମ ଏଥର ଲକଡାଉନ ଭିତରେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ 100 ପ୍ରତିଶତ କ୍ୟାମ୍ପସ ପ୍ଲେସମେଣ୍ଟ ଯୋଗାଇ ନୂତନ ଉପଲବ୍ଧି ହାସଲ କରିଛି । ନୂତନ କରି ତିଆରି ହୋଇଥିବା ଆଇଆଇଏମମାନଙ୍କ ମଧ୍ୟରେ ପ୍ରଥମ ବର୍ଷରୁ ଏହି ଶିକ୍ଷା ଅନୁଷ୍ଠାନ ଏହାର ସ୍ୱତନ୍ତ୍ର ଶିକ୍ଷା ପଦ୍ଧତି ଓ ପ୍ଲେସମେଣ୍ଟ ପାଇଁ ପ୍ରଶଂସା ସାଉଁଟୁଥିବା ବେଳେ ଏଥର ମଧ୍ୟ ଏହାସବୁ ରେକର୍ଡ଼କୁ ଭାଙ୍ଗି ନିଜର ଛାତ୍ରଛାତ୍ରୀଙ୍କୁ 100 ପ୍ରତିଶତ ପ୍ଲେସମେଣ୍ଟ ଦେଇଛି । ଏପରିକି ଜଣେ ଜଣେ ବିଦ୍ୟାର୍ଥୀଙ୍କୁ ଏକାଧିକ କମ୍ପାନୀ ପକ୍ଷରୁ ଅଫର ରହିଛି ।
ଲକଡାଉନରେ ସମ୍ବଲପୁର ଆଇଆଇଏମର 100 ପ୍ରତିଶତ ପ୍ଲେସମେଣ୍ଟ
ସମ୍ବଲପୁର ଆଇଆଇଏମ ଏଥର ଲକଡାଉନ ଭିତରେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ 100 ପ୍ରତିଶତ କ୍ୟାମ୍ପସ ପ୍ଲେସମେଣ୍ଟ ଯୋଗାଇ ନୂତନ ଉପଲବ୍ଧି ହାସଲ କରିଛି । ଅଧିକ ପଢନ୍ତୁ...
ଏହି କମ୍ପାନୀ ଗୁଡିକ ମାର୍କେଟିଂ, ସେଲସ, ଅପରେସନ, କଂସଲଟିଙ୍ଗ ଆନାଲଟିକ୍ସ, ଆଇଟିଇଏସ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନିଯୁକ୍ତି ଦେଇଛନ୍ତି । ଫିନଟେକ୍ସ, ଇ କମର୍ସ, ଏମଏମସିଜି ପରି କମ୍ପାନୀ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇଛନ୍ତି । ଚଳିତ ବର୍ଷ ଆଇଆଇଏମ ସମ୍ବଲପୁରର ଏହି ବ୍ୟାଚର ସର୍ବାଧିକ ପ୍ୟାକେଜ ହେଉଛି ବାର୍ଷିକ26.4ଲକ୍ଷ ।
ଏହାସହ ଚଳିତ ବର୍ଷ ଗ୍ରୀଷ୍ମ କାଳୀନ ଇଣ୍ଟନସିପ ନିଯୁକ୍ତିରେ ମଧ୍ୟ ସମ୍ବଲପୁର ଆଇଆଇଏମ ର ଭଲ ପ୍ରଦର୍ଶନ ରହିଛି । ଚଳିତ ବର୍ଷ ଏଥିରେ 110 ଟି କମ୍ପାନୀ ଭାଗ ନେଇଥିବା ବେଳେ 157 ଜଣ ଛାତ୍ରଛାତ୍ରୀଙ୍କୁ ଏଥିରେ ଅଫର ମିଳିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ