ଓଡିଶା

odisha

ETV Bharat / state

ସମ୍ବଲପୁର ସହରରେ କୋଭିଡ କଟକଣା ସ୍ଥିତି ପରଖିଲେ ଆଇଜି

ସମ୍ବଲପୁରରେ ଦିନକୁ ଦିନ କୋଭିଡ ସଂକ୍ରମଣ ବଢିବାକୁ ଲାଗିଛି । ଏନେଇ ସମସ୍ତେ କିପରି କୋଭିଡ ନିୟମ ମାନିବେ ସେ ନେଇ ସ୍ଥିତି ପରଖିଛନ୍ତି ଆଇଜି । ଅଧିକ ପଢନ୍ତୁ...

ପୋଲିସ  ଆଇଜି
ପୋଲିସ ଆଇଜି

By

Published : Apr 8, 2021, 10:00 AM IST

ସମ୍ବଲପୁର: ଜିଲ୍ଲାରେ ଦିନକୁ ଦିନ ବଢୁଛି କୋରୋନା ସଂକ୍ରମଣ । ସହରରେ ଲୋକମାନ କିପରି କୋଭିଡ ନିୟମ ମାନୁଛନ୍ତି ଏ ନେଇ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଆଇଜି ନରସିଂହ ଭୋଳ ।

କୋଭିଡ କଟକଣା ସ୍ଥିତି ପରଖିଲେ ଆଇଜି

କୋରୋନା ନିୟମକୁ ଯେପରି ସମସ୍ତେ ପାଳନ କରିବେ ଏ ନେଇ ସମ୍ବଲପୁର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି । ଏହି କ୍ରମରେ ବୁଧୁବାର ସଂନ୍ଧ୍ୟାରେ ସମ୍ବଲପୁର ଉତ୍ତରାଞ୍ଚଳ ପୋଲିସ ଆଇଜି ନରସିଂହ ଭୋଳ ସହରର ବିଭିନ୍ନ ପ୍ରମୁଖ ବଜାର ଅଞ୍ଚଳ ପରିଦର୍ଶନ କରି କୋଭିଡ କଟକଣାର ସ୍ଥିତି ପରଖିଛନ୍ତି।

ସପିଙ୍ଗ ମଲ ଗୁଡିକରେ କୋଭିଡ ଗାଇଡ଼ଲାଇନ ପାଳନର ସ୍ଥିତି ପରଖିବା ସହ ରାସ୍ତା କଡ଼ରେ ଥିବା ଫୁଡ଼ ଷ୍ଟଲ ବୁଲି ଦେଖିଛନ୍ତି। ଏହି ଅବସରରେ ସେ ସହରବାସୀଙ୍କୁ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରଖିବାକୁ ଅପିଲ କରିବା ସହ ଆଗାମୀ ଦିନରେ କୋଭିଡ କଟକଣାର କଡା କଡ଼ି ଭାବେ ପାଳନ ନକଲେ କାର୍ଯ୍ୟନୁଷ୍ଠାନ ନିଆ ଯିବବୋଲି କହିଛନ୍ତି । ସହରରେ ସଂକ୍ରମଣ ବଢୁଥିବାକୁ ସହରରେ ନାଇଟ କର୍ଫ୍ୟୁ ମଧ୍ୟ ଲାଗିଛି ।


ସମ୍ବଲପୁରରୁ ବାଦଶାହା ଜୁସମାନ ରାଣା, ଇଟିଭି ଭାରତ

ABOUT THE AUTHOR

...view details