ସମ୍ବଲପୁର: ଭାରତର ଇତିହାସ ପୁନଃଲିଖନର ସମୟ ଆସିଛି, ଏଣୁ ଭାରତୀୟ ଇତିହାସ ଆଉ ଥରେ ଲେଖାଯିବା ଦରକାର ରହିଛି । ଏହା ସହ ପାକ ଅଧିକୃତ କଶ୍ମୀର ଭାରତର ଅଟେ ଓ ଦରକାର ପଡ଼ିଲେ ଏହାକୁ ଅକ୍ତିଆରକୁ ଆଣିବା ପାଇଁ ଭାରତ ଶକ୍ତି ପ୍ରୟୋଗ କରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ।
ପିଓକେ ପାଇଁ ଯୁଦ୍ଧ କରିବାକୁ ପ୍ରସ୍ତୁତ ପ୍ରତାପ ଷଡଙ୍ଗୀ ! - POK
ସୋମବାର ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସମ୍ବଲପୁର ଗସ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ଅବସରରେ ସେ ଇତିହାସ ପୁନଃଲିଖନ କଥା ଦୋହରାଇବା ସହ ପିଓକେ ପାଇଁ ଦରକାର ପଡିଲେ ଶକ୍ତି ପ୍ରୟୋଗ କରାଯିବ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ସୋମବାର ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସମ୍ବଲପୁର ଆସିଥିବା ସମୟରେ ସେ ଗଣମାଧ୍ୟମରେ ଏପରି ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ। ଏହା ସହ ଓଡ଼ିଶାର ଆଗାମୀ ଦିନରେ ନିଯୁକ୍ତି ସୁଯୋଗ ପାଇଁ ସମ୍ଭାବନା ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟଭି ଭାରତ