ସମ୍ବଲପୁର: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହାଇଡ୍ରାମା । ରାସ୍ତା ଉପରେ ଚୁଟି ଘୋସଡାକୁ ଡ୍ରେସ ଭିଡା । ବିଚ ରାସ୍ତାରେ ରଙ୍ଗିଲା ଅଧ୍ୟାପକଙ୍କୁ ତାଙ୍କ ସ୍ତ୍ରୀଙ୍କ ମାଡ ତାହା ପୁଣି ଖୋଦ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ପରକୀୟା ପ୍ରୀତିକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ମାଡ଼ ମରାମରି । ହୀରାକୁଦ ଥାନା ଅନ୍ତର୍ଗତ ଭିଏସଏସ କଲୋନୀର ପ୍ରାଚୀପଦ୍ମା ପଣ୍ଡା ଆଜି ହଠାତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଟି କରି ଜଣେ ପୁରୁଷଙ୍କୁ ଚପଲରେ ବାଡେଇବା ଆରମ୍ଭ କରିଥିଲେ।
ପୁରୁଷ ଜଣଙ୍କ ହେଉଛନ୍ତି ସମ୍ବଲପୁର ହୀରାକୁଦ କଲେଜର ରାଜନୀତି ବିଜ୍ଞାନର ଅଧ୍ୟାପକ ଅକ୍ଷୟ ସୁତାର । ଅକ୍ଷୟ 2006 ମସିହାରେ ପ୍ରାଚୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଅକ୍ଷୟଙ୍କ ଅନ୍ୟ ମହିଳାଙ୍କ ସହ ବି ଅନୈତିକ ସମ୍ପର୍କ ରହିଥିବା ନେଇ ବାରମ୍ବାର ଗଣ୍ଡଗୋଳ ହେଉଥିଲା । କିଛିଦିନ ହେଲାଣି ଅକ୍ଷୟ ତାଙ୍କ ଘରକୁ ଯାଉନଥିଲେ। ତାଙ୍କ ସ୍ତ୍ରୀ ଖୋଜି ଖୋଜି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ତାଙ୍କୁ ପାଇବା ପରେ ଆରମ୍ଭ ହୋଇଥିଲା ଝଗଡା । ପରେ ଏହି ଝଗଡା ଉଗ୍ରରୂପ ନେଇଥିଲା ।