ସମ୍ବଲପୁର: ନୂଆବର୍ଷରେ ଅଘଟଣ । ସଡକ ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀ ମୃତ । ଏପରି ଏକ ଦୁଃଖଦ ଘଟଣା ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ଏକ ସ୍କୁଟିକୁ ଟ୍ରକ୍ ଦେବା ଫଳରେ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା ସରଳାକାନୀ ଛକରୁ ସ୍ୱାମୀ-ସ୍ତ୍ରୀ ସ୍କୁଟି ଯୋଗେ ଅଇଁଠାପାଲି ପଟୁ ଆସୁଥିଲେ । ସରଳାକାନୀ ଛକ ନିକଟରେ ଥିବା ଜାତୀୟ ରାଜପଥ ନିକଟରେ ସ୍କୁଟିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ପଡିଯାଇଥିଲା । ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ୍ ଦମ୍ପତିଙ୍କ ଉପରେ ମାଡିଯିବାରୁ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।