ଓଡିଶା

odisha

ETV Bharat / state

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ମଦ୍ୟପ ସ୍ବାମୀ - ପାରିବାରିକ କଳହର କରୁଣ ପରିଣତି

ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ମଦ୍ୟପ ସ୍ବାମୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ମହୁଲପାଲି କେଶେଇବାହାଲ ପଞ୍ଚାୟତର ଫଠାଟାଙ୍ଗର ଗ୍ରାମରେ । ଅଧିକ ପଢନ୍ତୁ

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ମଦ୍ୟପ ସ୍ବାମୀ
ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ମଦ୍ୟପ ସ୍ବାମୀ

By

Published : Mar 30, 2022, 2:03 PM IST

ସମ୍ବଲପୁର: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ କିରୋସିନି ଢାଳି ଜୀଅନ୍ତା ଜଳିଦେଲା ନିର୍ଦ୍ଦୟ ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ମହୁଲପାଲି କେଶେଇବାହାଲ ପଞ୍ଚାୟତର ଫଠାଟାଙ୍ଗର ଗ୍ରାମରେ । ଘରୋଇ କଳି ଯୋଗୁଁ ସ୍ବାମୀ ରଘୁ ରଣା ନିଜ ପତ୍ନୀ ଲିଲିମା ରଣାକୁ କିରୋସିନି ଢାଳି ହତ୍ୟା କରିଥିବା ଜଣାପଡିଛି ।

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ମଦ୍ୟପ ସ୍ବାମୀ

ସୂଚନାଅନୁସାରେ, ଫଠାଟାଙ୍ଗର ଗ୍ରାମରେ ସ୍ବାମୀ ଓ ସ୍ତ୍ରୀ ଉଭୟ ମହୁଲଫୁଲ ଗୋଟାଇ ଘରକୁ ଫେରିବା ପରେ ସ୍ବାମୀ ରଘୁ ରଣା ମଦ୍ୟପାନ କରି ଘରକୁ ଆସି ସ୍ତ୍ରୀ ଲିଲିମା ରଣା ସହିତ ଗଣ୍ଡଗୋଳ କରିଥିଲେ। ସ୍ତ୍ରୀ ଲିଲିମା ରଣା ସେହି ଗ୍ରାମରେ ନିଜ ମାଆ ଘର ଥିବାରୁ ସେଠାକୁ ଚାଲିଯାଇଥିଲେ। ବାପା ବୁଝାଇବା ପରେ ଲିଲିମାଙ୍କ ଭାଇ ତାଙ୍କୁ ଶଶୁର ଘରେ ରାତି ୧୧ ଟାରେ ଛାଡି ଆସିଥିଲେ।

ରାତିରେ ପୁଣି ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ସ୍ବାମୀ ନିଶାଶକ୍ତ ଅବସ୍ଥାରେ ସ୍ତ୍ରୀକୁ ଗୋଟିଏ କୋଠରୀକୁ ନେଇ ଯାଇ ସେଠାରେ କିରାସିନି ଢାଳି ଜାଳି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଲିଲିମାଙ୍କ ଚିତ୍କାର ଶୁଣି ପଡୋଶୀ ଦୌଡି ଆସିଥିଲେ । ଘର କବାଟ ଖୋଲି ଲିଲିମାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ ।ହେଲେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଗ୍ରାମବାସୀ ସ୍ବାମୀ ରଘୁରଣାକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । ଖବରପାଇ ମହୁଲପାଲି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details