ସମ୍ବଲପୁର:ଝାରଖଣ୍ଡ ଗାଡିରେ ଓଡିଶାର ନମ୍ବର ପ୍ଲେଟ ଲଗାଇ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ ସହ 2ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ସମ୍ବଲପୁର ଝାରସୁଗୁଡା ରାସ୍ତା ଶାସନ ନିକଟରେ ଉତ୍ତରାଞ୍ଚଳ ଅବକାରୀ ଡେପୁଟି କମିଶନର ଏହି ଚଢାଉ କରିଥିବା ବେଳେ ଗାଡ଼ିରୁ ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ 19ଲକ୍ଷ ବୋଲି ଜଣାପଡିଛି l ଏହି ଚୋରା ଚାଲାଣ ଘଟଣାରେ ଗିରଫ ହୋଇଥିବା 2 ଜଣ ବିହାର ରାଜ୍ୟର ବକ୍ସର ଓ ଆରା ଜିଲ୍ଲାର ରିତେଶ କୁମାର, ଶିବ ଲଖନ ପ୍ରସାଦ ବୋଲି ଜଣାପଡିଛି l
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସକାଳ ସମୟରେ ସମ୍ବଲପୁର ଅବକାରୀ ବିଭାଗ ଓ ଉତ୍ତରାଞ୍ଚଳ ଡେପୁଟି କମିଶନରଙ୍କ ଏକ ସ୍ୱତନ୍ତ୍ର ଟିମ ଶାସନ ଟୋଲ ଗେଟ ନିକଟରେ ଚେକିଂ କରୁଥିଲେ । ଏହି ସମୟରେ ଏକ ଇକୋ ଗାଡି ଉପରେ ସନ୍ଦେହ ଉପୁଜିଥିଲା l ଗାଡିକୁ ଅଟକାଇ ଚେକ କରିବା ପରେ ଏକ ସିକ୍ରେଟ ଚ୍ୟାମ୍ବରରେ ଗଞ୍ଜେଇ ରଖା ଯାଇଥିବା ଦେଖିବାକୁ ମିଳିଥିଲା l ଗାଡ଼ିରେ ଥିବା ନମ୍ବର ପ୍ଳେଟକୁ ଚେକ କରାଗଲା ପରେ ଗାଡିଟି ଝାରଖଣ୍ଡର ହୋଇଥିବା ଏଥିରେ ଓଡିଶା ନମ୍ବର ଲାଗିଥିବା ଜଣା ପଡିଥିଲା l ଗାଡ଼ିରୁ ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ ଗୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ 19ଲକ୍ଷ ବୋଲି ଜଣାପଡିଛି l
ଏହି ଚୋରା ଚାଲାଣ ଘଟଣାରେ ଗିରଫ ହୋଇଥିବା 2 ଜଣ ବିହାର ରାଜ୍ୟର ବକ୍ସର ଓ ଆରା ଜିଲ୍ଲାର l ଦୁଇ ଅଭିଯୁକ୍ତ ଦୀର୍ଘ ଦିନ ଧରି ଗଞ୍ଜେଇ ଚୋରା ଚାଲାଣରେ ଲିପ୍ତ ରହିଛନ୍ତି । ତେବେ ଏମାନଙ୍କ ସହ ଆଉ କେଉଁ ମାନେ ସାମିଲ ଅଛନ୍ତି ସେନେଇ ପଚାରାଉଚରା କରୁଛି ଅବକାରୀ ବିଭାଗ । ବୌଦ୍ଧ ଜିଲ୍ଲାରୁ ରାଞ୍ଚିକୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ମିଳିଛି l