ସମ୍ବଲପୁର: କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଆଶୁ ଚିକତ୍ସା ବିଭାଗର ନୂଆ କୋଠା ଉଦଘାଟିତ । ଏହାକୁ ଗୁରୁବାର ଉଦଘାଟନ କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ। ଏହି ଅବସରରରେ ଆଗାମୀ ଦିନରେ ଡାକ୍ତର ପଦବୀ ପୂରଣ କରାଯିବ ବୋଲି ସେ କହିଛନ୍ତି ।
ସ୍ବାସ୍ଥ୍ୟମନ୍ତ୍ରୀ 5 ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରିବା ସହ ଏନଏଫବିଏସ ଯୋଜନାରେ 2 ଜଣଙ୍କୁ ଚେକ ପ୍ରଦାନ କରିଥିଲେ। ଏହାସହ 5 ଜଣ ଭିନ୍ନକ୍ଷମଙ୍କୁ ହ୍ବିଲ ଚେୟାର ପ୍ରଦାନ କରିଥିଲେ ମନ୍ତ୍ରୀ।