ସମ୍ବଲପୁର:ଦିନ କେଇଟା ପରେ ଆରମ୍ଭ ହେବ ନୂଆ ବର୍ଷ । ସମ୍ବଲପୁର ଚିଡିଆଖାନାରେ ବଢ଼ିବ ପ୍ରଯ୍ୟଟକଙ୍କ ଭିଡ଼ । ପ୍ରଯ୍ୟଟକଙ୍କୁ ଆକର୍ଷତ କରିବା ପାଇଁ ବନ ବିଭାଗ ଆରମ୍ଭ କରିଛି ଅଭିନବ ପ୍ରଚେଷ୍ଟା । ହୀରାକୁଦ ବନ୍ୟପ୍ରାଣୀ ବିଭାଗର ଡିଏଫଓଙ୍କ ପ୍ରଚେଷ୍ଟାରେ ଚିଡିଆଖାନାରେ ଆରମ୍ଭ ହୋଇଛି "Nocturnal House", Orchidarium ଓ ଏକ ଗୋଲାପ ବଗିଚା (Rose Garden ) l ଶୀତ ଋତୁରେ ସମ୍ବଲପୁର ଜିଲ୍ଲାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ନୂବ ବର୍ଷ ପୂର୍ବରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ ପକ୍ଷରୁ ଏହି ଉଦ୍ୟମ କରାଯାଇଛି ।
ସମ୍ବଲପୁର ଚିଡ଼ିଆଖାନରେ ଆରମ୍ଭ ହୋଇଛି "Nocturnal House । 160 ଫୁଟ ଦୀର୍ଘ ଏହି 'Nocturnal House' ରେ ଅଜଗର, ଶାଳିଆପତନୀ, ନେଉଳ ଭଳି କିଛି ରାତ୍ରିଚର ପ୍ରାଣୀମାନଙ୍କୁ ଦିନ ବେଳା ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ଏଥିପାଇଁ ଏହି "Nocturnal House" ଭିତରେ ରାତ୍ରି ସମୟର ଅନୁଭୂତି ଆଣୁଥିବା ପରିବେଶ ସୃଷ୍ଟି କରାଯାଇଛି । ଏହାଦ୍ୱାରା ସମ୍ବଲପୁର ଚିଡ଼ିଆଖାନାକୁ ଆସୁଥିବା ପର୍ଯ୍ୟଟକମାନେ ଏହି ଅଭିନବ ଗୃହ ଭିତରେ ଦିନ ବେଳା ରାତ୍ରୀ ସମୟର ଅନୁଭୂତି ପାଇବା ସହ ଏହି ରାତ୍ରୀଚର ପ୍ରାଣୀମାନଙ୍କୁ ଦେଖିବାର ସୁଯୋଗ ମଧ୍ୟ ପାଇ ପାରିବେ ।