ସମ୍ବଲପୁର: ଆସନ୍ତା 14 ତାରିଖରେ ଖୋଲିବ ସମ୍ବଲପୁର ହୀରାକୁଦ ଡ୍ୟାମ ଗେଟ୍ । ଦିନ ପ୍ରାୟ 11 ଟା ସମୟରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ହୀରାକୁଦରେ ଜଳସ୍ତର ରହିଛି 610.95 କ୍ୟୁସେକ୍ ।
ଅଗଷ୍ଟ 14ରେ ଖୋଲିବ ହୀରାକୁଦ ଗେଟ୍ - ସମ୍ବଲପୁର ହୀରାକୁଦ ଡ୍ୟାମ
ଆସନ୍ତା 14ତାରିଖରେ ଖୋଲିବ ହୀରାକୁଦ ଡ୍ୟାମ ଗେଟ୍ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ପ୍ରଥମେ ପାରମ୍ପରିକ ପୂଜାର୍ଚ୍ଚନା ପରେ 7 ନମ୍ବର ସ୍ଲୁୁଇସ୍ ଗେଟ ଦ୍ବାରା ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ହୀରାକୁଦର ଜଳସ୍ତର । ବନ୍ୟାଜଳ ନିଷ୍କାସନ ପୂର୍ବରୁ ହୀରାକୁଦ ଡ୍ୟାମ ତଳ ମୁଣ୍ଡରେ ଥିବା ମହାନଦୀ କୂଳର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି।
ସମ୍ବଲପୁରରୁ ବାଦଶାହା ଯୁଶ୍ମନ ରାଣା, ଇଟିଭି ଭାରତ