ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ଆହୁରି 4ଟି ଗେଟ୍କୁ ଖୋଲାଯାଇଛି । ବର୍ତ୍ତମାନ 10ଟି ଗେଟ୍ ଜରିଆରେ ବନ୍ୟା ଜଳ ନିଷ୍କାସିତ ହେଉଛି । ଗତକାଲି 6ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାବେଳେ ଗତରାତି ଓ ଆଜି ସକାଳ ମଧ୍ୟରେ ପର୍ଯ୍ୟାୟକ୍ରମେ 4ଟି ଗେଟ ଖୋଲାଯିବା ସହ ଜଳ ନିଷ୍କାସନ ହେଉଛି ।
ପୁଣି ହୀରାକୁଦରେ ଖୋଲିଲା 4ଟି ଗେଟ୍ - ହୀରାକୁଦରୁ 10ଟି ଗେଟ୍ ଦେଇ ଜଳନିଷ୍କାସନ
ପୁଣି ହୀରାକୁଦରେ ଖୋଲିଲା 4ଟି ଗେଟ୍ । ବର୍ତ୍ତମାନ 10ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ବର୍ତ୍ତମାନ ହୀରାକୁଦର ଜଳଭଣ୍ଡାରର ଜଳସ୍ତର 630.00ଫୁଟ ରହିଛି । ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳଭଣ୍ଡାର ଭିତରକୁ ସେକେଣ୍ଡ ପ୍ରତି 1,36,564 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ 1,36,564 କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ଆଗକୁ ଆହୁରି ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ
Last Updated : Sep 27, 2019, 9:44 AM IST