ସମ୍ବଲପୁର: ହିଣ୍ଡାଲକୋ କମ୍ପାନୀରୁ ଗ୍ୟାସ ଲିକ ହେବା ଫଳରେ ବହୁତ କ୍ଷତି ସହିଥିଲେ ଚାଷୀ । ଚାଷୀଙ୍କୁ କ୍ଷତିପୂରଣ ଦେବା ସହିତ ଏହାର ସ୍ଥାୟୀ ସମାଧାନ ଦାବି କରି ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛି ।
କ୍ଷତିପୂରଣ ଦାବିରେ କୃଷକ ସଂଙ୍ଗଠନ ସୂଚନାନୁସାରେ, ଅଗଷ୍ଟ 28 ତାରିଖ 2020 ମସିହାରେ ହୀରାକୁଦ ହିଣ୍ଡାଲକୋ କମ୍ପାନୀରୁ ନିର୍ଗତ ପ୍ରଦୂଷିତ ଗ୍ୟାସ ଓ ଜଳ ନିର୍ଗତ ହୋଇଥିଲା । ଏଥିରେ 147 ଏକର ଚାଷ ଜମି ନଷ୍ଟ ହୋଇଥିଲା । କେବଳ ଗତ ବର୍ଷ ନୁହେଁ ପ୍ରାୟ ପ୍ରତ୍ୟେକ ବର୍ଷ ଏପରି ହୋଇ ଶହ ଶହ ଏକର ଚାଷ ଜମି ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ ସଙ୍ଗଠନ ।
ଗତ ବର୍ଷ 147ଏକର ଫସଲ ହାନୀ ହୋଇଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ରିପୋର୍ଟରେ କମ୍ପାନୀ ପ୍ରତି ଅନୁକମ୍ପା ଦେଖାଇ ଫସଲହାନୀର ପରିମାଣକୁ ହ୍ରାସ କରାଯାଇଛି । 147ଏକରକୁ ସିଧା 60 ଏକର କରିଦିଆଯାଇଥିବା ଅଭିଯୋଗ ହୋଇଛି ।
ଏପରି କର୍ଯ୍ୟରେ ପ୍ରଶାସନର ହାତ ଥିବା ଅଭିଯୋଗ କରିଛି କୃଷ ସଂଙ୍ଗଠନ । ଏ ନେଇ ସଂପୃକ୍ତ କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହିତ ଏହି ସମସ୍ୟାର ସ୍ଥାୟୀ ସମାଧାନ ଓ ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦାବି କରି ଜିଲ୍ଲା କୃଷି ଅଧିକାରୀଙ୍କୁ ଭେଟିଛନ୍ତି ଚାଷୀ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ