ଓଡିଶା

odisha

ETV Bharat / state

କାଲି ଖୋଲିବ ହୀରାକୁଦ ଗେଟ, ୫ଟି ଗେଟ ଦେଇ ଛଡ଼ାଯିବ ପ୍ରଥମ ବନ୍ୟାଜଳ

ଆସନ୍ତାକାଲି ହୀରାକୁଦ ଡ୍ୟାମରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ । ପ୍ରଥମ ପର୍ଯ୍ୟାରେ 5ଟି ଗେଟ ଖୋଲାଯିବ । ନେଇ ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି l ଅଧିକ ପଢ଼ନ୍ତୁ

hirakud dam to release flood water
ଖୋଲିବ ହୀରାକୁଦ ଗେଟ

By

Published : Jul 22, 2023, 5:44 PM IST

Updated : Jul 22, 2023, 6:03 PM IST

ଖୋଲିବ ହୀରାକୁଦ ଗେଟ

ସମ୍ବଲପୁର: ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ l ସକାଳ ପ୍ରାୟ ୮ ଟା ସମୟରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ସ୍ଲୁଇସ ଗେଟ ଖୋଲାଯିବ l ପ୍ରଥମ ପର୍ଯ୍ୟାୟରେ 5ଟି ଗେଟ ଖୋଲାଯିବ । ପ୍ରଥମେ ହୀରାକୁଦ ଡ୍ୟାମର 7 ନମ୍ବର ଗେଟ ଖୋଲାଯିବ l ବାମ ପାର୍ଶ୍ଵରୁ 3 ଟି ଓ ଡାହାଣ ପାର୍ଶ୍ଵରୁ 2ଟି ଗେଟ ଖୋଲାଯିବ l ଏନେଇ ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି l

ଆସନ୍ତାକାଲି ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଡ୍ଯାମରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବନ୍ୟାଜଳ ପରିଚାଳନା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ଗେଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏସମ୍ପର୍କରେ ଡ୍ୟାମ ମୁଖ୍ୟ ଯନ୍ତ୍ରୀ କହିଛନ୍ତି, "ବର୍ତ୍ତମାନ ହୀରାକୁଦର ଜଳସ୍ତର 614.25 ଫୁଟ ରହିଛି । ହୀରାକୁଦର କର୍ଭ ରୁଲ ଗାଇଡ଼ ଲାଇନ ଅନୁସାରେ ଜୁଲାଇ ଶେଷ ସୁଦ୍ଧା ଜଳସ୍ତରକୁ 605 ଫୁଟକୁ ଖସାଇବାକୁ ପଡିବ l ଡ୍ୟାମର ଗୋଟିଏ ଗେଟ ଖୋଲିବାକୁ 23 ମିନିଟ ଲାଗୁଥିବା ବେଳେ ଏଥିପାଇଁ କ୍ରେନ ବ୍ୟବହାର ହୋଇଥାଏ । ବର୍ତ୍ତମାନ ହୀରାକୁଦ ଉପର ମୁଣ୍ଡରୁ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି 68 ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି l ଏହା ସହ ପୱାର ଚାନେଲ ମାଧ୍ୟମରେ ଜଳ ଭଣ୍ଡାରରୁ ମହାନଦୀକୁ 38,119 କ୍ୟୁସେକ ଜଳ ନିଷ୍କାସନ ହେଉଛି l ଗୋଟିଏ ଗେଟ ଜରିଆରେ ସେକେଣ୍ଡ ପ୍ରତି ପ୍ରାୟ 15ହଜାର କ୍ୟୁସେକ ଜଳ ନିଷ୍କାସନ ହୋଇଥାଏ l" ଜୁଲାଇ ଶେଷ ସୁଦ୍ଧା ଜଳସ୍ତର 605 ଫୁଟ ରଖାଯିବା ପରେ ଆହୁରି 25 ଫୁଟ ଜଳ ଖାଲି ରଖାଯାଇଛି । ଏଥିରେ ବନ୍ୟା ପରିଚାଳନା କରାଯାଏ ବୋଲି ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି l

ଏହା ମଧ୍ୟ ପଢ଼ନ୍ତୁ:ସତର୍କ କରାଇଲେ ଡାକବାଜି: ହୀରାକୁଦରୁ ଛଡାଯିବ ବର୍ଷର ପ୍ରଥମ ବନ୍ୟା ଜଳ, ପ୍ରଶାସନ ପ୍ରସ୍ତୁତ


ଅନ୍ୟପଟେ ଡ୍ୟାମ ଖୋଲିବା ନେଇ ମହାନଦୀ ଉପକୂଳରେ ବସବାସ କରୁଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ଜିଲ୍ଲା ପ୍ରଶାସନ ଡାକବାଜି ଯନ୍ତ୍ର ସାହାଯ୍ୟରେ ହୀରାକୁଦ ଏବଂ ସମ୍ବଲପୁର ସହରରେ ସଚେତନ କରାଇଛି । ବନ୍ୟା ଆଶଙ୍କା ପ୍ରକାଶ ପାଉଥିବାରୁ ବନ୍ୟା ଆଶ୍ରୟସ୍ଥଳୀଗୁଡିକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରଖାଯାଇଛି । ଏଠାରେ ଲୋକଙ୍କ ପାଇଁ ବିଶ୍ରାମ ସହ, ଖାଦ୍ୟ, ପାନୀୟ ଜଳ, ବିଦ୍ୟୁତର ସବୁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Jul 22, 2023, 6:03 PM IST

ABOUT THE AUTHOR

...view details