ଓଡିଶା

odisha

ETV Bharat / state

ଆଜି ଖୋଲିଲା ହୀରାକୁଦ ଗେଟ: ପର୍ଯ୍ୟାୟ କ୍ରମେ ଖୋଲିବ ଆହୁରି 10 - ବନ୍ୟା ଜଳ ନିଷ୍କାସନ

ପାରମ୍ପାରିକ ପୂଜାର୍ଚ୍ଚନା ପରେ 7 ନମ୍ବର ସ୍ଲୁଇସ ଗେଟକୁ ଖୋଲାଯାଇ ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି । ତେବେ ଆଜି ଦିନ ଭିତରେ ପର୍ଯ୍ୟାୟ କ୍ରମରେ ମୋଟ 10ଟି ଗେଟ ଖୋଲିବ।

ହୀରାକୁଦର ଖୋଲିଲା ଗେଟ: ପର୍ଯ୍ୟାୟ କ୍ରମରେ ଖୋଲିବ 10ଟି ଗେଟ
ହୀରାକୁଦର ଖୋଲିଲା ଗେଟ: ପର୍ଯ୍ୟାୟ କ୍ରମରେ ଖୋଲିବ 10ଟି ଗେଟ

By

Published : Jun 25, 2020, 2:34 PM IST

Updated : Jun 25, 2020, 2:55 PM IST

ସମ୍ବଲପୁର: ଗୁରୁବାର ହୀରାକୁଦ ଡ୍ୟାମର ଖୋଲିଛି ଗେଟ। ଦିନ ପ୍ରାୟ 10 ଟା ସମୟରେ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ଖୋଲା ଯାଇଛି। ପାରମ୍ପାରିକ ପୂଜାର୍ଚ୍ଚନା ପରେ 7 ନମ୍ବର ସ୍ଲୁଇସ ଗେଟକୁ ଖୋଲାଯାଇ ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି । ତେବେ ଆଜି ଦିନ ଭିତରେ ପର୍ଯ୍ୟାୟ କ୍ରମରେ ମୋଟ 10ଟି ଗେଟ ଖୋଲିବ।

ଆଜି ଖୋଲିଲା ହୀରାକୁଦ ଗେଟ: ପର୍ଯ୍ୟାୟ କ୍ରମେ ଖୋଲିବ ଆହୁରି 10
ପୂର୍ବବର୍ଷ ଗୁଡିକରେ ଜୁଲାଇ ଅଥବା ଅଗଷ୍ଟ ମାସରେ ପଥମ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ଖୋଲା ଯାଉଥିବା ବେଳେ ଏଥର ଭଲ ବର୍ଷା ହୋଇଥିବାରୁ ଜୁନ ମାସରେ ହିଁ ଗେଟ ଖୋଲିବାକୁ ପଡ଼ିଛି। ମୁଖ୍ୟତଃ ଜଳଭଣ୍ଡାରର ଜଳସ୍ଥର 618 ଫୁଟରେ ପହଞ୍ଚିଲେ ଗେଟ ଖୋଲିବାର କର୍ଭ ରୂଲ ରହିଛି। ଆଉ ଜୁଲାଇ ଅଥବା ଅଗଷ୍ଟ ରହି ଜଳସ୍ତର 618ରେ ପହଁଚିଥାଏ। ତେବେ ଏଥର ଶୀଘ୍ର ମୌସୁମୀ ସକ୍ରିୟ ହେବା ଯୋଗୁଁ ତଥା ଉପର ମୁଣ୍ଡରେ ଭଲ ବର୍ଷା ଯୋଗୁଁ ଆଜି ଜଳସ୍ତର 618 ରେ ପହଂଚିଛି। ଫଳରେ ଜୁନ ମାସରେ ଗେଟ ଖୋଲାଯାଇଛି।ତେବେ କୋଭିଡ କଟକଣା ତଥା ହୀରାକୁଦ ଡ୍ୟାମର ସୁରକ୍ଷା ଦୃଷ୍ଟିରୁ ଏଥର କୌଣସି ଲୋକ ତଥା ଗଣମାଧ୍ୟମକୁ ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳ କୁ ଯିବାକୁ ଅନୁମତି ଦିଆଯାଇନି। ଆଜି 1 ଲକ୍ଷ 55 ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି।

ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

Last Updated : Jun 25, 2020, 2:55 PM IST

ABOUT THE AUTHOR

...view details