ଓଡିଶା

odisha

ETV Bharat / state

ହୀରାକୁଦରେ ଖୋଲିଲା ୨୦ଟି ଗେଟ, ଜିଲ୍ଲାପାଳ କହିଲେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ - ହୀରାକୁଦ ଖବର

୨୦ଟି ଗେଟ୍‌ ଦେଇ ହୀରାକୁଦ ଜଳଭଣ୍ଡାରରେ ଚାଲିଛି ବନ୍ୟାଜଳ ନିଷ୍କାସନ । ଏ ନେଇ ପ୍ରତିକ୍ରିୟା ରଖିଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ଅଧିକ ପଢନ୍ତୁ

ହୀରାକୁଦର ଖୋଲିଲା ଆଉ ୪ ଗେଟ୍
ହୀରାକୁଦର ଖୋଲିଲା ଆଉ ୪ ଗେଟ୍

By

Published : Aug 12, 2022, 8:53 AM IST

Updated : Aug 12, 2022, 5:19 PM IST

ସମ୍ବଲପୁର: ଜିଲ୍ଲାର ହୀରାକୁଦ ଡ୍ୟାମରେ ବନ୍ୟା ଜଳ ନିଷ୍କାସନ ଲାଗି ଖୋଲିଛି ମୋଟ ୨୦ଟି ଗେଟ୍‌ । ହୀରାକୁଦର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ ବୃଦ୍ଧି ପାଉଥିବାରୁ ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ କରିବାକୁ ଏହି ଗେଟ୍‌ ଖୋଲାଯାଇଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ । ଏହି ଗେଟ୍‌ ଖୋଲିବା ଦ୍ବାରା କୌଣସି ବିପଦ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ।

ହୀରାକୁଦରେ ଖୋଲିଲା ୨୦ଟି ଗେଟ, ଜଳ ନିଷ୍କାସନ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା

ଆଜି ସକାଳେ ହୀରାକୁଦର ୬ଟି ଗେଟ୍‌ ଖୋଲିଛି । ଗୁରୁବାର ହୀରାକୁଦର ୧୦ଟି ଗେଟ୍ ପର୍ଯ୍ୟାୟକ୍ରମେ ଖୋଲିଥିଲା । ଆଜି ସକାଳେ ମଧ୍ୟ ୪ଟି ଗେଟ୍ ଖୋଲାଯାଇଥିଲା । ତେବେ ହୀରାକୁଦର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ ବୃଦ୍ଧି ପାଉଥିବାରୁ ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ କରିବାକୁ ଏବେ ଆହୁରି ୬ଟି ଗେଟ୍ ଖୋଲାଯାଇଛି । ତେବେ ବର୍ତ୍ତମାନ ମୋଟ ୨୦ଟି ଗେଟ୍ ଜରିଆରେ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।

ହୀରାକୁଦର ଖୋଲିଲା ଆଉ ୬ ଗେଟ୍

ଏ ନେଇ ଜିଲ୍ଲାପାଳ କହିଛନ୍ତି, "୨୦ଟି ଗେଟ ଖୋଲିଲେ ସେମିତି କିଛି ବିପଦ ନାହିଁ, ତେବେ ମହାନଦୀରେ ବନ୍ୟା ଜଳର ବେଗ ତୀବ୍ର ଥିବାରୁ ଲୋକଙ୍କୁ ପାଣିକୁ ନଯିବା ପାଇଁ ସତର୍କ କରାଯାଉଛି। ଏହା ସହ ସହରରେ ପାଣି ଜମିଲେ ବନ୍ୟା ଜଳ ନିଷ୍କାସନ ପାଇଁ ପମ୍ପିଙ୍ଗ ଷ୍ଟେସନକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ଏହା ସହିତ ସହର ଭିତରେ ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଲେ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ।"

ହାରୀକୁଦରେ ବନ୍ୟାଜଳ ନିଷ୍କାସନ ମଧ୍ୟରେ ଜଳଭଣ୍ଡାରର ଉପରମୁଣ୍ଡରରୁ ସେକେଣ୍ଡ ପ୍ରତି ୩ ଲକ୍ଷ ୯୭ ହଜାର ୪୫୧ କ୍ୟୁସେକ ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି ଓ ଜଳଭଣ୍ଡାରରୁ ସେକେଣ୍ଡ ପ୍ରତି ୧ ଲକ୍ଷ ୯୨ ହଜାର ୩୩ କ୍ୟୁସେକ ଜଳ ନିଷ୍କାସନ ହେଉଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Aug 12, 2022, 5:19 PM IST

ABOUT THE AUTHOR

...view details