ସମ୍ବଲପୁର:ଆସନ୍ତା 18 ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ । ଏନେଇ ଆଜି (ଶନିବାର) ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।
18ରେ ଖୋଲିବ ହୀରାକୁଦ ଗେଟ, ଛଡା ଯିବ ପ୍ରଥମ ବନ୍ୟାଜଳ - ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ
ଆସନ୍ତା 18 ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ । ଛଡାଯିବ ପ୍ରଥମ ବନ୍ୟାଜଳ । ଏନେଇ ଆଜି (ଶନିବାର) ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ
ସୋମବାର ଖୋଲିବ ହୀରାକୁଦ ଗେଟ, ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ
ଆସନ୍ତା 18 ତାରିଖ ସକାଳ 11ଟା ସମୟରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ କିଛିଦିନ ଭିତରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । କର୍ଭ ରୂଲ ଅନୁସାରେ ଜଳ ଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ କରିବା ପାଇଁ ଗେଟ ଖୋଲାଯିବ । ଏହାଦ୍ୱାରା ଡ୍ୟାମର ତଳ ମୁଣ୍ଡରେ ଥିବା ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ । ତେଣୁ ଡ୍ୟାମ ଗେଟ ଖୋଲା ଥିବା ସମୟରେ ତଳମୁଣ୍ଡର ନଦୀ ଗୁଡିକୁ ନଯିବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
ଇଟିଭି ଭାରତ, ସମ୍ବଲପୁର
Last Updated : Jul 16, 2022, 1:07 PM IST