ସମ୍ବଲପୁର: ହୀରାକୁଦ ଡ୍ୟାମରେ ବଢିବାରେ ଲାଗିଛି ଜଳସ୍ତର । ଫଳରେ ଆସନ୍ତାକାଲି(ବୁଧବାର) ଖୋଲିବ ହୀରାକୁଦ ଗେଟ । ଅଗଷ୍ଟ 14 ତାରିଖ ଦିନ 11ଟା ପରେ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ସ୍ଲୁଇସ ଗେଟ ଯୋଗେ ନିଷ୍କାସନ କରାଯିବ। ଏନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ଡାକବାଜି ଯନ୍ତ୍ର ଜରିଆରେ ସହରବାସୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଖୋଲିବ ହୀରାକୁଦ ଡ୍ୟାମ ଗେଟ, ଡାକବାଜି ଯନ୍ତ୍ରରେ ପ୍ରଶାସନର ସତର୍କ ସୂଚନା - ହୀରାକୁଦ ଗେଟ
ଆସନ୍ତାକାଲି(ବୁଧବାର) ଖୋଲିବ ହୀରାକୁଦ ଗେଟ । ଦିନ 11ଟା ପରେ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ସ୍ଲୁଇସ ଗେଟ ଯୋଗେ ନିଷ୍କାସନ କରାଯିବ। ଏନେଇ ପ୍ରଶାସନ ଡାକବାଜି ଯନ୍ତ୍ର ଜରିଆରେ ସହରବାସୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବୁଧବାର ଡ୍ୟାମ ଖୋଲିବା ନେଇ ପୂର୍ବରୁ ହୀରାକୁଦ ଡ୍ଯାମ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ମଧ୍ୟ ଆଜି(ମଙ୍ଗଳବାର) ଡାକବାଜି ଯନ୍ତ୍ରରେ ସହରବାସୀଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ତେବେ କେତେ ଗେଟ ଖୋଲାଯିବ ତାହା ଆସନ୍ତାକାଲିର ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।
ଡ୍ୟାମରୁ ଜଳ ନିଷ୍କାସନ ସମୟରେ ନଦୀ ଭିତରକୁ ଯିବାପାଇଁ ବାରଣ କରାଯାଇଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ହୋଇଥିବାବେଳେ ବର୍ତ୍ତମାନ ଏହା ପାଖାପାଖି 617 ଫୁଟ ରହିଛି । ବର୍ତ୍ତମାନ ଜଳଭଣ୍ଡାରକୁ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 79,416 କ୍ୟୁସେକ ଜଳ ପ୍ରବେଶ କରୁଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ