ସମ୍ବଲପୁର:ହୀରାକୁଦ ନଦୀବନ୍ଧ ଯୋଜନା । ଏହା ତିଆରି ହେବା ସମୟରେ ତତ୍କାଳୀନ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ୭ ଟି ଥାନାର ୨୬, ୫୦୧ ପରିବାର ବିସ୍ଥାପିତ ହୋଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ବିସ୍ଥାପିତଙ୍କୁ ଥଇଥାନ କରାଯାଇଥିବା ବେଳେ ଆଉ କିଛି ବିସ୍ଥାପିତଙ୍କୁ କ୍ଷତିପୂରଣ ଦିଆଯାଇ ନାହିଁ । ତେବେ ବିସ୍ଥାପିତଙ୍କୁ ଜମି ପଟ୍ଟା ସହ କ୍ଷତିପୂରଣ ଦାବି ନେଇ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ପକ୍ଷରୁ ଆରଡିସି କାଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ହୀରାକୁଦ ଡ୍ୟାମ ବିସ୍ଥାପିତଙ୍କୁ କ୍ଷତିପୂରଣ ସହ ଜମିପଟ୍ଟା ପ୍ରଦାନ ପାଇଁ ବାରମ୍ବାର ସରକାର ଓ ପ୍ରଶାସନର ଉଦାସୀନତା ମନୋଭାବ ପ୍ରତିବାଦରେ ଆଜି(ଶନିବାର) ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଥିଲେ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ।
ହୀରାକୁଦ ଡ୍ୟାମ ବିସ୍ଥାପିତଙ୍କୁ ଜମି ପଟ୍ଟା କେବେ? କ୍ଷତିପୂରଣ ଦାବିରେ ଗଣଧାରଣା ଏହା ମଧ୍ୟ ପଢନ୍ତୁ-ଆକ୍ସନ ମୋଡ୍ରେ ଫୁଡ୍ ସେଫ୍ଟି ବିଭାଗ, ସମ୍ବଲପୁରର ବିଭିନ୍ନ ଦୋକାନରେ ଚଢାଉ
ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ର ସଭାନେତ୍ରୀ ଶୈଳବାଳା ପଧାନଙ୍କ ନେତୃତ୍ୱରେ ସମ୍ବଲପୁର, ବରଗଡ ଓ ଝାରସୁଗୁଡା ଜିଲ୍ଲାର ବିସ୍ଥାପିତ ପରିବାର ମାନେ ୧୦ ଡ଼ିସିମିଲ ଜମି ପଟ୍ଟା ପ୍ରଦାନ ଦାବି ନେଇ ଗଣଧାରଣା ଦେଇଥିଲେ । ହୀରାକୁଦ ବନ୍ଧ ନିର୍ମାଣର ୬୪ ବର୍ଷ ପୁରିଛି । ଏହି ପ୍ରକଳ୍ପ ରେ ୧.୫ ଲକ୍ଷ ଏକର ଜମି ସହ ୩୬୯ ଟି ଗାଁ ବୁଡିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ବିସ୍ଥାପିତ ଙ୍କୁ କ୍ଷତିପୂରଣ ମିଳି ପାରିନାହିଁ । ଜଳଭଣ୍ଡାର ରେ ୨୬୫୦୧ ପରିବାର ବିସ୍ଥାପିତ ହୋଇଥିବା ବେଳେ ବର୍ତ୍ତମାନ ବିଭାଜିତ ହୋଇ ବିସ୍ଥାପିତଙ୍କ ପରିବାର ସଂଖ୍ୟା ୧ ଲକ୍ଷ ହୋଇଛି । ପ୍ରତି ବିସ୍ଥାପିତଙ୍କ ପରିବାରକୁ ୧୦ ଡିସିମିଲ ଘରଡିହ ଜମି ଯୋଗାଇ ଦେବାକୁ ସରକାରୀ ନିର୍ଦେଶ ଥିବା ବେଳେ ମାତ୍ର ୨୦୦୦ ପରିବାରଙ୍କୁ ଘରଡିହ ମିଳିପାରିଛି । ଏଥିସହ ବିଭିନ୍ନ ଜିଲ୍ଲାର ତହସିଲରେ ୨୦,୦୦୦ ବିସ୍ଥାପିତ ଙ୍କୁ କ୍ଷତିପୂରଣ ଆବେଦନ ପଡିରହିଛି । ଏନେଇ ବିସ୍ଥାପିତଙ୍କୁ ୧୦ ଡିସିମିଲ ଜମିପଟ୍ଟା ପ୍ରଦାନ ପାଇଁ ଆଜି(ଶନିବାର) ଧାରଣା ଦିଆଯାଇଥିଲା ।
କୁହାଯାଏ ହୀରାକୁଦ ନଦୀବନ୍ଧ ପାଇଁ ହୋଇଥିବା ବିସ୍ଥାପିତ ଦେଶର ସର୍ବବୃହତ ବିସ୍ଥାପନ । ହେଲେ କେନ୍ଦ୍ର ଓ ରାଜ୍ୟରେ ସରକାର ପରେ ସରକାର ଆସିଛି ଯାଇଛି । କିନ୍ତୁ ଦେଶର ସର୍ବବୃହତ ବିସ୍ଥାପିତଙ୍କ ଦୁର୍ଦ୍ଦଶା ବଢିଛି ସିନା କେବେ କମିନାହିଁ । 1946 ମସିହା ମାର୍ଚ୍ଚ 15 ତାରିଖରେ ବିଶ୍ବର ସର୍ବବୃହତ ବହୁମୁଖୀ ନଦୀବନ୍ଧ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଏହାପରେ 1957 ଜାନୁଆରି 13 ରେ ଏହା ଉଦଘାଟିତ ହୋଇଥିଲା ।
ଇଟିଭି ଭାରତ, ସମ୍ବଲପୁର