ଓଡିଶା

odisha

ETV Bharat / state

ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ 8 ଗେଟ୍‌ - ସମ୍ବଲପୁର ଖବର

ହୀରାକୁଦ ନଦୀବନ୍ଧର ଆଜି ସକାଳୁ ପର୍ଯ୍ୟାୟ କ୍ରମରେ 8ଟି ସ୍ଲୁଇସ ଗେଟ୍‌ ହେଲା ବନ୍ଦ । ବର୍ତ୍ତମାନ ମୋଟ 24ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ । ଲେଫ୍ଟ ଡାଇକରୁ 15 ଓ ରାଇଟ ଡାଇକରୁ 9ଟି ଗେଟ୍‌ ଖୋଲା ରହିଥିବା ସୂଚନା । ଅଧିକ ପଢ଼ନ୍ତୁ...

Hirakud Dam, 4 more sluice gates closed, ହୀରାକୁଦ ନଦୀବନ୍ଧ, ହୀରାକୁଦ ନଦୀବନ୍ଧର ଆଉ 4 ଗେଟ୍‌ ବନ୍ଦ, ସ୍ଲୁଇସ ଗେଟ୍‌ ହେଲା ବନ୍ଦ, ସମ୍ବଲପୁର ଖବର, sambalpur news
ବନ୍ଦ ହେଲା ହୀରାକୁଦ ନଦୀବନ୍ଧର ଆଉ 8 ଗେଟ୍‌

By

Published : Sep 1, 2020, 9:01 AM IST

Updated : Sep 1, 2020, 9:18 AM IST

ସମ୍ବଲପୁର: ମଙ୍ଗଳବାର ସକାଳୁ ହୀରାକୁଦ ଡ୍ୟାମର ଆହୁରି 8 ଟି ଗେଟ୍‌କୁ ପର୍ଯ୍ୟାୟକ୍ରମେ ବନ୍ଦ କରାଯାଇଛି । ବର୍ତ୍ତମାନ 24ଟି ଗେଟ ଯୋଗେ ଜଳ ନିଷ୍କାସନ ଜାରି ରହିଛି । ତେବେ ହୀରାକୁଦ ନଦୀବନ୍ଧରେ ଗେଟ ବନ୍ଦ ହେବା ଫଳରେ ମହାନଦୀରେ ହେବାକୁ ଥିବା ବନ୍ୟା ଆଶଙ୍କାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।

ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ 8 ଗେଟ୍‌

ମଙ୍ଗଳବାର ସକାଳ 6ଟା ପର୍ଯ୍ୟନ୍ତ ହୀରାକୁଦ ନଦୀବନ୍ଧର 32ଟି ସ୍ଲୁଇସ ଗେଟ ଖୋଲା ଥିବା ବେଳେ ନଦୀବନ୍ଧର ଉପର ମୁଣ୍ଡରୁ ଇନ ଫ୍ଲୋ ବା ଜଳ ପ୍ରବାହ କମିଥିବାରୁ 8ଟି ଗେଟକୁ ପର୍ଯ୍ୟାୟ କ୍ରମରେ ବନ୍ଦ କରା ଯାଇଛି। ବର୍ତ୍ତମାନ ମୋଟ 24ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ରହିଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର 625.91 ଫୁଟ ରହିଛି। ବର୍ତ୍ତମାନ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ହୀରାକୁଦ ନଦୀବନ୍ଧ ମଧ୍ୟକୁ 3,62,884 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ 24ଟି ଗେଟ ଜରିଆରେ 5,28,061 କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ଜଳ ପ୍ରବାହ କମିଲେ ପର୍ଯ୍ୟାୟ କ୍ରମେ ଆହୁରି ଗେଟ ବନ୍ଦ ହେବାର ସମ୍ଭାବନା ରହିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Sep 1, 2020, 9:18 AM IST

ABOUT THE AUTHOR

...view details