ସମ୍ବଲପୁର: ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଆନ୍ଦୋଳନ ତେଜିବାରେ ଲାଗିଛି । ପ୍ରତ୍ୟେକ ବୁଧବାର ଦିନ ଜିଲ୍ଲା ଓକିଲ ସଙ୍ଘ ହାଇକୋର୍ଟ ପ୍ରତିଷ୍ଠା ଦାବୀରେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟାଳୟ ଓ କୋର୍ଟ କଚେରୀ ବନ୍ଦ କରୁଥିଲେ । ମାତ୍ର ଗତ କାଲି ଛୁଟି ଥିବାରୁ ଆଜି ଗୁରୁବାର ଦିନ ଓକିଲ ସଂଘ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଚଳ କରିଦେଇଛନ୍ତି ।
ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ । କୋର୍ଟ କଚେରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ହୋଇଛି । ଜିଲ୍ଲା ଓକିଲ ସଂଘର ସଦସ୍ୟ ମାନେ ଆଜି କଚେରୀ ଛକରେ ଧାରଣାରେ ବସି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀ କରିଥିଲେ । ଜିଲ୍ଲା ବିଚାରପତି ଆଜି କାର୍ଯ୍ୟରେ ଯୋଗ ଦେବା ପାଇଁ କୋର୍ଟ ଯାଉଥିବା ବେଳେ ତାଙ୍କୁ ମଧ୍ୟ ଅଟକାଇ ଫେରାଇ ଦିଆଯାଇଥିଲା । ତେବେ ଆଜିର ଜିଲ୍ଲା ଓକିଲ ସଂଘର ଆନ୍ଦୋଳନରେ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟ ମାନେ ମଧ୍ୟ ସମର୍ଥନ ଜଣାଇ ଧାରଣାରେ ବସିଥିଲେ।