ଓଡିଶା

odisha

ETV Bharat / state

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: ଜାଣନ୍ତୁ କେଉଁଠି ରହିଛି ଅସୁବିଧା... - ଓକିଲ ସଂଘର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘଦିନ ହେବ ଚାଲିଛି ଆନ୍ଦୋଳନ । ଫଳ ବଦଳରେ ମିଳୁଛି ତୁହାକୁତୁହା ପ୍ରତିଶୃତି । କିନ୍ତୁ ଅବସ୍ଥା ଯଥା ପୂର୍ବଂ ତଥା ପରଂ ।

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ

By

Published : Aug 9, 2019, 10:01 PM IST

ସମ୍ବଲପୁର: ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନା ପାଇଁ ଦୀର୍ଘଦିନରୁ ଦାବି କରିଆସୁଛି ଓକିଲ ସଂଘର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ଆଉ ଏହାକୁ ସମର୍ଥନ କରି ଜିଲ୍ଲାର ପ୍ରାୟ ବାର ଆସୋସିଏସନ ପ୍ରାୟ ଆନ୍ଦୋଳନରେ ବ୍ୟସ୍ତ । ଏପଟେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର କେବଳ ପ୍ରଶ୍ନୋତ୍ତରରେ ନିଜକୁ ବ୍ୟସ୍ତ ରହି ଦୋଷାରୋପ କରିବାରେ ଲାଗିପଡିଛନ୍ତି। କିନ୍ତୁ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାରେ କଣ ଅସୁବିଧା ତାହା କେହି ବୁଝିବାକୁ ନାରାଜ ପ୍ରାୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଗତବର୍ଷ ସେପ୍ଟେମ୍ବରରୁ ପ୍ରାୟ 6ମାସ ପର୍ଯ୍ୟନ୍ତ ଓକିଲ ସଙ୍ଘ ଆନ୍ଦୋଳନ କରିଥିଲେ । କିନ୍ତୁ ଫଳ ବଦଳରେ ମିଳିଥିଲା ଫମ୍ପା ପ୍ରତିଶୃତି । ତେବେ ଆନ୍ଦୋଳନର ନିକଟ ଅତୀତକୁ ନଜର ପକାଇଲେ 2019 ଜାନୁଆରୀରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଚିଠି ଲେଖିଥିଲେ । କିଛିଦିନ ପରେ ଅର୍ଥାତ 12 ଜାନୁଆରୀରେ କେନ୍ଦ୍ର ଆଇନମନ୍ତ୍ରୀ ଉତ୍ତରରେ ରାଜ୍ୟ ସରକାରଙ୍କୁ ତଥ୍ୟ ସମ୍ବଳିତ ସମ୍ପୂର୍ଣ୍ଣ ରିପୋର୍ଟ ମାଗିଥିଲେ ।

ତେବେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ, ଭିତ୍ତିଭୂମି ବ୍ୟବସ୍ଥାର ତଥ୍ୟ , କେତେ ଜଣିଆ ଓ କେତୋଟି ଜିଲ୍ଲାକୁ ସ୍ଥାୟୀ ବେଞ୍ଚ, ମୁଖ୍ୟ ବିଚାରପତିଙ୍କ ସ୍ବୀକୃତି ପତ୍ର ଆଦି ଏକ କମ୍ପୋଜିଟ ପ୍ରପୋଜାଲ ଦେବାକୁ ଚିଠି ଲେଖିଛି କେନ୍ଦ୍ର । ଆଉ ଏହି ପ୍ରପୋଜାଲକୁ ରାଜ୍ୟ ସରକାର ଏଯାବତ ଦେଇନଥିବାରୁ ଅଟକିଯାଇଛି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ।

ଅନ୍ୟପଟେ ପଶ୍ଚିମ ଓଡିଶାର କେଉଁଠି ବେଞ୍ଚ ପ୍ରତିଷ୍ଠା ହେବ ତାହା ରାଜ୍ୟ ସରକାର ରାଜନୈତିକ ସ୍ବାର୍ଥ ଯୋଗୁଁ ସ୍ଥିର ହୋଇପାରୁନଥିବା ଚର୍ଚ୍ଚା ହେଉଛି । ଏପଟେ ରାଜ୍ୟ ଆଇନମନ୍ତ୍ରୀ କିନ୍ତୁ ରାଜ୍ୟ ସରକାର ଏନେଇ ତତ୍ପର ହୋଇ ଏକ ପ୍ରସ୍ତାବ ଦେବାକୁ କମିଟି ଗଠନ କରୁଥିବାର କହିଛନ୍ତି । ଏବେ ରାଜ୍ୟ ସରକାର ଯଦି ଆସନ୍ତା ଅଗଷ୍ଟ 30ମଧ୍ୟରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ପୁଣି ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details