ସମ୍ବଲପୁର: ଗତ ରାତିରେ ହଠାତ୍ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ଏହାସହ ପବନ ମାଡ ସହ ବିଭିନ୍ନ ସ୍ଥାନରେ ନିର୍ଦ୍ଧୁମ ଛେଚିଥିଲା। ସେହପରି ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ଏହା ଦ୍ୱାରା ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। କୁଆପଥର ବର୍ଷାର ପ୍ରଭାବ ସମ୍ବଲପୁର ଜିଲ୍ଲାର ଗ୍ରାମାଞ୍ଚଳରେ ଅଧିକ ପଡିଥିବା ଦେଖିବାକୁ ମିଳିଛି।
ଅଦିନିଆ ଝଡରେ ଉଡିଗଲା ଛାତ ଓ ଉଜୁଡିଗଲା କ୍ଷେତ, ଗ୍ରାମବାସୀଙ୍କ କ୍ଷତିପୂରଣ ଦାବି - ଝଡ଼ ତୋଫାନ ସହ କୁଆ ପଥର ବର୍ଷା
ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ଏହାଦ୍ୱାରା ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।
ଅଦିନିଆ ଝଡରେ ଉଡିଗଲା ଛାତ ଓ ଉଜୁଡିଗଲା କ୍ଷେତ, ଗ୍ରାମବାସୀଙ୍କ କ୍ଷତି ପୂରଣ ଦାବି
କେତେକ ସ୍ଥାନରେ ରବି ଧାନ ଫସଲ ନଷ୍ଟ ହୋଇଥିବା ସହ ପନିପରିବା ଚାଷ ମଧ୍ୟ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି। ବହୁ ଜୋରରେ ପବନ ବୋହିବାରୁ କେତେକ ସ୍ଥାନରେ ଘରର ଛାତ ଉଡିଯାଇଥିବା ଦେଖିବାକୁ ମିଳିଛି। ତେବେ ଏହି ଅଦିନିଆ କୁଆପଥର ବର୍ଷା ପାଇଁ ଗ୍ରାମାଞ୍ଚଳର ଲୋକେ ଜିଲ୍ଲା ପ୍ରଶାସନ ପାଖରୁ କ୍ଷତି ପୂରଣ ଦାବି କରିଛନ୍ତି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ