ସମ୍ବଲପୁର: ହୀରାକୁଦ ଡ୍ୟାମରୁ ମଙ୍ଗଳବାର ଆହୁରି 2ଟି ଗେଟ ଖୋଲାଯାଇଛି। ସୋମବାର ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମର 18 ଟି ଗେଟ ଜରିଆରେ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଆଜି ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି।
ଏନେଇ 2 ଟି ଗେଟକୁ ପର୍ଯ୍ୟାୟ କ୍ରମରେ ଖୋଲାଯାଇଛି। ବର୍ତ୍ତମାନ 20ଟି ଗେଟ ଜରିଆରେ ବନ୍ୟା ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦର ଜଳସ୍ତର 615.95 ଫୁଟ ରହିଥିବା ବେଳେ ଉପର ମୁଣ୍ଡରୁ ଜଳ ସେକେଣ୍ଡ ପ୍ରତି 2,89,582 କ୍ୟୁସେକ ଜଳ ପ୍ରବେଶ କରୁଛି।