ସମ୍ବଲପୁର: ସୋମବାର ହୀରାକୁଦ ଡ୍ୟାମରୁ ପୁଣି 6 ଟି ଗେଟ୍ ଖୋଲାଯାଇଛି । ରବିବାର ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମର 12 ଟି ଗେଟ ଜରିଆରେ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ସୋମବାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଆହୁରି 6 ଟି ଗେଟ୍ ପର୍ଯ୍ୟାୟ କ୍ରମରେ ଖୋଲିବାକୁ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତି ।
ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା 18ଟି ଗେଟ୍ - ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା
ସୋମବାର ହୀରାକୁଦ ଡ୍ୟାମରୁ ପୁଣି 6 ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ 18 ଟି ଗେଟ୍ ଜରିଆରେ ବନ୍ୟା ଜଳ ନିଷ୍କାସନ ହେଉଛି ।
![ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା 18ଟି ଗେଟ୍ Heavy rainfall at Hirakud](https://etvbharatimages.akamaized.net/etvbharat/prod-images/768-512-8452795-582-8452795-1597666521987.jpg)
ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା
ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା
ବର୍ତ୍ତମାନ 18 ଟି ଗେଟ୍ ଜରିଆରେ ବନ୍ୟା ଜଳ ନିଷ୍କାସନ ହେଉଛି । ହୀରାକୁଦର ଜଳସ୍ଥର 615.93 ଫୁଟ ରହିଥିବା ବେଳେ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 3,15,570 କ୍ୟୁସେଜ ଜଳ ପ୍ରବେଶ କରୁଛି ଓ ତଳ ମୁଣ୍ଡକୁ 18 ଟି ଗେଟ ଓ ପାୱାର ଚେନାଲ ଜରିଆରେ 2,29,765 କ୍ୟୁସେକ ଜଳ ନିଷ୍କାସନ ହେଉଛି । ତେବେ ଆଗକୁ ଆହୁରି ଗେଟ ଖୋଲିବାର ସମ୍ଭାବନା ରହିଛି ।
ସମ୍ବଲପୁରରୁ ବାଦଶାହା ଯୁସ୍ମନ ରାଣା, ଇଟିଭି ଭାରତ